ମୁଖ୍ୟ ଖବର ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ Angul OnlineFebruary 25, 2022February 25, 2022 ଅନୁଗୁଳ – ପୂର୍ବତନ ଡେପୁଟି ମିନିଷ୍ଟର ହୋମ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ସେ ଗତ ୧୫ ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର କଳିଙ୍ଗ ହସପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଛି । ଶ୍ରୀଯୁକ୍ତ ଦେବରାଜ ୧୯୭୧ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ମନ୍ତ୍ରୀ ମଣ୍ଡଳରେ ଡେପୁଟି ମିନିଷ୍ଟର ହୋମ ଥିଲେ । ତାଙ୍କରି ସମୟରେ ଅନୁଗୁଳରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ସେ ଜଣେ ନିଷ୍ଠାପର , ସଚ୍ଚୋଟ ତଥା ଗରିବ ଲୋକଙ୍କ ଦରଦୀ ବନ୍ଧୁ ଥିଲେ । ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ତଥା ଶୁଭେଚ୍ଛୁଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । Advertisement
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…
ଚିନ୍ତା ବଢ଼ାଉଛି ଡେଙ୍ଗୁ – ଜିଲ୍ଲାରେ ପାଞ୍ଚ ରୋଗୀ ଚିହ୍ନଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହା ଏବେ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।…
ଭରତପୁର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଥିବା MCL ଭରତପୁର ଏରିଆର ରିଜିଓନାଲ ଷ୍ଟୋରରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଷ୍ଟୋରରେ ଥିବା ଲକ୍ଷାଧିକ…