ରାଜନୀତି ହଜାର ହଜାର ସମର୍ଥକଙ୍କ ସହ ପଦ୍ମ ଧରିଲେ ସଞ୍ଜୀବ Angul OnlineNovember 19, 2021November 19, 2021 ଭୁବନେଶ୍ୱର – ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । ନିଜର ହଜାର ହଜାର ସମର୍ଥକଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଉପସ୍ଥିତିରେ ଆଜି ସେ ବିଜେପିରେ ସାମିଲ ହୋଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ବିଜେଡି ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ କରି ନଥିଲା । ତାଛଡ଼ା ଲଗାତାର ଦଳରେ ଅଣଦେଖା କରାଯାଉଥିବାରୁ ସେ ଅସନ୍ତୁଷ୍ଟ ଥିଲେ । ସେ ବିଜେପିରେ ସାମିଲ ହେଉଥିବା ଚର୍ଚ୍ଚା ହେଉଥିଲା । କିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ତେବେ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ପାର୍ଟି ହେଡକ୍ୱାର୍ଟରରେ ଆୟୋଜିତ ସଭାରେ ସଞ୍ଜୀବ ସାହୁ ତାଙ୍କର ପ୍ରାୟ ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି । ସଂଜୀବ ସାହୁ ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ ସେ ୧୮ହଜାର ୯୮୧ ଖଣ୍ଡ ଭୋଟ୍ରେ କଂଗ୍ରେସର ମୌସୁମୀ ପ୍ରଧାନଙ୍କୁ ପରାସ୍ତ କରିଥିଲେ । ୨୦୧୪ ମସିହାରେ କଂଗ୍ରେସର ସୁରେନ୍ଦ୍ର କୁମାର ପ୍ରଧାନଙ୍କୁ ୧୯ ହଜାର ୫୩୩ ଖଣ୍ଡ ଭୋଟ୍ରେ ପରାସ୍ତ କରିଥିଲେ । ତଥାପି ୨୦୧୯ ମସିହାରେ ବିଜେଡ଼ି ସଞ୍ଜୀବଙ୍କ ବଦଳରେ ରମେଶ ଚନ୍ଦ୍ର ସାଏଙ୍କୁ ଟିକେଟ୍ ଦେଇଥିଲା । ଏହା ପରଠୁ ସଞ୍ଜୀବ ବିଜେଡି ଉପରେ ଅସନ୍ତୁଷ୍ଟ ଥିଲେ । Advertisement
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ – ସମସ୍ତ ବ୍ଲକ ଆଗରେ ବିକ୍ଷୋଭ କରିବ ବିଜେପି ଅନୁଗୁଳ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଵ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି । ଏଥିପାଇଁ ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ହେବାକୁ ଥିବା ବେଳେ…
୨୯ ତାରିଖ ମୁଖ୍ୟମନ୍ତ୍ରୀ ଆସିବେ ଅନୁଗୁଳ ଅନୁଗୁଳ – ଆସନ୍ତା ୨୯ ତାରିଖରେ ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଦିନ ସକାଳେମୁଖ୍ୟମନ୍ତ୍ରୀ ଅନୁଗୁଳ ଆସି ଷ୍ଟାଡିୟମ ପଡ଼ିଆରେ ପହଞ୍ଚି…
ନୂଆଦିଲ୍ଲୀରେ ବିଜେପିର ମିଶ୍ରଣ ପର୍ବ ଅନୁଗୁଳ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ…