ମୁଖ୍ୟ ଖବର ପୂର୍ବତନ ଅଧ୍ୟକ୍ଷ ତଥା ଟାଣୁଆ କଂଗ୍ରେସ ନେତାଙ୍କ ପରଲୋକ Angul OnlineFebruary 26, 2021February 26, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ବଂଶୀଧର ପ୍ରଧାନଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି । ଗତ କିଛିଦିନ ହେଲା ସେ ଅସୁସ୍ଥ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ପ୍ରାୟ ୧୦.୧୫ ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତୀ ବେଳକୁ ତାଙ୍କ ନିକଟରେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ବଂଶୀଧର ପ୍ରଧାନଙ୍କର ବନ୍ତଳା ମହାବିଦ୍ୟାଳୟ ପ୍ରତିଷ୍ଠାରେ ତାଙ୍କର ମହତ୍ଵପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘବର୍ଷ ଧରି ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିଲେ । ସେ ରାଜନୀତିରେ ବିଶେଷ କରି ଜଣେ ବରିଷ୍ଠ କଂଗ୍ରେସ ନେତା ଭାବରେ ବେଶ୍ ସକ୍ରିୟ ଥିଲେ । ଅନୁଗୁଳ ପଞ୍ଚାୟତ ସମିତିର ଦୁଇଥର ଅଧ୍ୟକ୍ଷ ମଧ୍ୟ ଥିଲେ । ବନ୍ତଳା ଅଞ୍ଚଳରେ ହାଇସ୍କୁଲ , ପ୍ରାଥମିକ ସ୍କୁଲ ସ୍ଥାପନ ଓ ହିଡଶିଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତାଙ୍କ ବିୟୋଗରେ ପୁରାତନ ଛାତ୍ରଛାତ୍ରୀ, ରାଜନୈତିକ ମହଲ ତଥା ବନ୍ତଳା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ଆଜି ତାଙ୍କ ମରଶରୀରକୁ ପ୍ରଥମେ ଅନୁଗୁଳ କଂଗ୍ରେସ ଭବନକୁ ଅଣା ଯାଇଥିଲା । ପରେ ବନ୍ତଳା ମହାବିଦ୍ୟାଳୟଠାରେ ସ୍ବର୍ଗତ ବଂଶୀଧର ପ୍ରଧାନଙ୍କୁ ଛାତ୍ରଛାତ୍ରୀ , କର୍ମଚାରୀ ଓ ଅଞ୍ଚଳବାସୀ ଶେଷ ଦର୍ଶନ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ବନ୍ତଳା ନନ୍ଦପୁରରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । Advertisement
ପ୍ରାତଃ ଭ୍ରମଣ ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର , ଏକଘରିଆ ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଏକଘରିଆ ଗାଁର ଯୋଗେଶ୍ୱର…
ଚୋରି ଆଉ ହଜିଥିବା ମୋବାଇଲ ବାଣ୍ଟିଲା ପୁଲିସ ଅନୁଗୁଳ – ହାଟକୁ ଯାଇଥିବା ବେଳେ ମୋବାଇଲ ଚୋରି ହୋଇ ଯାଇଥିଲା । ରାସ୍ତାରେ ଗଲାବେଳେ ମୋବାଇଲ ପଡି ଯାଇଥିଲା । ଏଭକି ଅନେକ ଅଭିଯୋଗ ବିଭିନ୍ନ…
ବାଉଁଶରେ ଚିତ୍ର ଆଙ୍କି ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅନୁଗୁଳ – ଗଲୱାନ ଘାଟିରେ ଗତ ବର୍ଷ ଜୁନ ମାସର ୧୫ ତାରିଖରେ ୨୦ ଯବାନ ସହିଦ ହୋଇଥିଲେ । ସେହି ସହିଦ ମାନଙ୍କୁ ଏକ ନିଆରା…