ଅବସରପ୍ରାପ୍ତ ଆର୍.ଆଇ.ଙ୍କୁ କାରାଦଣ୍ଡ

ଅନୁଗୁଳ – ୨୦୧୦ ମସିହାରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ପାଲଲହଡା ଆର୍.ଆଇ. ଭାବେ କାର୍ଯ୍ୟରତ ଥିବା କୁମର ଜେନାଙ୍କୁ ଲାଞ୍ଚ ନେବା ଅଭିଯୋଗରେ କାରାଦଣ୍ଡାଦେଶ । ଅନୁଗୁଳ ସ୍ପେଶାଲ ଜଜ ଭିଜିଲାନ୍ସ ତାଙ୍କୁ ୨ ବର୍ଷ କାରାଦଣ୍ଡ ସହ ୨ ହଜାର ଟଙ୍କା ଜୋରିମନା , ଜୋରିମନା ଅନାଦେୟ ଆଉ ଏକ ମାସ କାରାଦଣ୍ଡ ଦେବାକୁ ଆଦେଶ ଦେଇଛନ୍ତି ।

ସୂଚନା ଅନୁସାରେ ଆର୍.ଆଇ. କୁମର ଜେନା ୨୭/୭/୨୦୧୦ ଦିନ ପ୍ରଶାନ୍ତ କୁମାର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ପଟା ଦେବା ପାଇଁ ୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା । ବର୍ତ୍ତମାନ ସେ ଚାକିରୀରୁ ଅବସର। ଏଇ ସାରିଛନ୍ତି । ଏହି ମାମଲାର ଶୁଣାଣି କରି ଏହି ଅବସରପ୍ରାପ୍ତ ଆର୍.ଆଇ. କୁମର ଜେନାଙ୍କୁ ଉପରୋକ୍ତ କାରାଦଣ୍ଡାଦେଶ ଦିଆ ଯାଇଛି ।

Advertisement

Leave a Reply

Your email address will not be published. Required fields are marked *