ଚୋରା ଦେଶୀ ବନ୍ଧୁକ ସହ ୪ ଗିରଫ

ପାଳଲହଡା – ନିଜ ଘରେ ଚୋରା ଦେଶୀ ବନ୍ଧୁକ ରଖିବା ଅପରାଧରେ ୪ ଜଣକୁ ଗିରଫ କରିବା ସହ ପାଲଲହଡା ପିଲିସ ୪ ଟି ଦେଶୀ ବନ୍ଧୁକ ଜବତ କରିଛି ।

ସୂଚନା ଅନୁସାରେ, ପାଲଲହଡା ଥାନା ଅଂଚଳରେ ବହୁ ଦିନ ଧରି ଚୋରା ଦେଶୀ ବନ୍ଧୁକ କିଛି ଲୋକମାନେ ରଖିଥିବା ଅଭିଯୋଗ ହୋଇ ଆସୁଥିଲା । ସେହି ଅଭିଯୋଗ ଅନୁଯାୟୀ ଗତ ଜୁନ ମାସରେ ପାଲଲହଡା ଥାନା ଅଂଚଳରୁ ପୁଲିସ ୩ଟି ବନ୍ଧୁକ ଜବତ କରିବା ସହ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ଖମାର ଥାନା ପୁଲିସ ଗୋଟିଏ ଦେଶୀ ବନ୍ଧୁକ କାରଖାନା ମଧ୍ୟ ଠାବ କରିଥିଲା । ବିଶେଷ ସୂତ୍ରରୁ ଖବରପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ ଅନୁଯାୟୀ ପାଲଲହଡା ଥାନା ପ୍ରଦୀପ କୁମାର ମହାନ୍ତଙ୍କ ନେତୃତ୍ୱରେ ପାଲଲହଡା ପୁଲିସର ଏକ ସ୍ୱତନ୍ତ୍ର ଟିମ ଡ଼ିମିରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଳି ଗ୍ରାମ, ସୋଲଡା ଗ୍ରାମ ଓ କୋରଡା ଗ୍ରାମରେ ଅତର୍କିତ ଚଢ଼ଉ କରି ୪ ଟି ଦେଶୀ ଚୋରା ବନ୍ଧୁକ ଜବତ କରିବା ସହିତ ଚୋରା ବନ୍ଧୁକ ରଖିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାଳଲହଡା ଥାନା ସୋଲଡା ଗ୍ରାମର ସୁରେନ୍ଦ୍ର ଦେଓଗାମ , କୋରଡା ଗ୍ରାମର ଗୋଲେଖ ବୋଇତା , ରେଙ୍ଗାଳି ଗ୍ରାମର ଦୁଇ ଜଣ ସିକୁର ପୂର୍ତ୍ତି ଏବଂ ରେନ୍ସା ହେସା ବୋଲି ପୁଲିସ ସୂଚନା ଦେଇଛି । ପାଲଲହଡା ପୋଲିସ ପକ୍ଷରୁ ଦେଶୀ ବନ୍ଧୁକ ଗୁଡ଼ିକୁ ଜବତ କରିବା ସହ ଅଭିଯୁକ୍ତ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *