ଖଣିରୁ ଚୋରି କରିଥିବା ଚାରି ଚୋର ଗିରଫ – ଦାମୀ ମୋଟର ଜବତ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣିର ସାଇଲୋରୁ ୧୨ଟି କନଭେୟାର ମୋଟର ଚୋରି କରିବା ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି । ଏହା ସହିତ ୧୨ଟି କନଭେୟାର ମୋଟର ଓ ଗୋଟିଏ ମୋଟରସାଇକେଲ ଜବତ କରିଥିବା ଜଣ‌ା ପଡ଼ିଛି।

ସୂଚନା ଅନୁସାରେ ଲିଙ୍ଗରାକ କୋଇଲା ଖଣି ଦ୍ବାରା ପରିଚାଳିତ ହେଉଥିବା ଲିଙ୍ଗରାଜ ସାଇଲୋରେ ଉଚ୍ଚ କ୍ଷମତା ବିଶିଷ୍ଟ ପାଣି ମୋଟର ଲାଗିଥିଲା । ଏହି କନଭେୟାର ମୋଟରକୁ ଚଳିତ ମାସ ୪ ତାରିଖ ଦିନ କିଛି ଦୁର୍ବୁତ ସାଇଲୋ ଭିତରୁ ଚୋରି କରି ନେଇଥିଲେ । ଯାହାକୁ ନେଇ ଲିଙ୍ଗରାଜ କୋଇଲା ଖଣି କତୃପକ୍ଷ ତାଳଚେର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ଆଜି ତାଳଚେର ଆଇଟିଆଇ ଛକରେ ଥିବା ଆସଫା ଇଲେ‌େକ୍ଟ୍ରାନିକସ୍‌ ଦୋକାନର ମାଲିକ ଏମ୍‌ ଡି ଆସଫା ସହିତ ପୁଲିସ ୪ ଜଣ ଚୋରଙ୍କୁ ଗିରଫ କରିଛି । ଚୋରି କରିଥିବା ଅନ୍ୟ ୩ ଜଣ ଯୁବକ ମଧ୍ୟରେ ତାଳଚେର ଥାନା ହାଟତୋଟା ମେନ ରୋଡ଼ ଅଞ୍ଚଳର ପପୁ ଓରଫ ରାଜେଶ ସାହୁ, ରେମୁଆଁ ଅଞ୍ଚଳର ସୁମନ୍ତ ସାମଲ, ତୁଫାନ ସାମଲଙ୍କୁ ଗିରଫ କରିଥିବା ଜଣା ପଡ଼ିଛି। ଉକ୍ତ ୧୨ଟି ପାଣି ମୋଟର ଦାମ ୭୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *