ରାଜରାସ୍ତାରେ ରାହାଜାନୀ କରି ବନ୍ଧା ହେଲେ ଚାରି ଯୁବକ

ଅନୁଗୁଳ – ଦିନ ଦ୍ୱିପ୍ରହରରେ ରାଜ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇ ମାଡ ମାରି ବ୍ଲାକମେଲ କରି ଟଙ୍କା ଓ ମୋବାଇଲ ଲୁଟ କରିବା ଘଟଣାରେ ୪ ଜଣ ଯୁବକଙ୍କୁ ଆଠମଲ୍ଲିକ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ୪ ଜଣ ଯାକ ଯୁବକ ହେଲେ କିଶୋରନଗର ଥାନା ଅନ୍ତର୍ଗତ କରର୍ଡିଙ୍ଗବହାଲ ଗ୍ରାମର ଟୁକୁନା ବେହେରା , ଅଙ୍ଗପଡ଼ା ଗ୍ରାମର ତାରିଣୀ ପ୍ରସାଦ ବିଶ୍ଵାଳ , କିଶୋରନଗର ଆକାଶ ନାଏକ ଓ ହଣ୍ଡପା ଥାନା କୁରୁମଟାପ୍ ଗ୍ରାମର ବଳରାମ ସାହୁ ।

Advertise

ସୂଚନା ଅନୁସାରେ ,ଗତ ୮ ତାରିଖ ଦିନ ଆଠମଲ୍ଲିକ ଥାନା ଅନ୍ତର୍ଗତ ରାଜିଙ୍ଗ ଗ୍ରାମର ଗୋବିନ୍ଦ ଚନ୍ଦ୍ର ସାହୁ ଓ ଦିବାକର ସାହୁ ମାଧପୁରରୁ କିଶୋରନଗର ଅଭିମୁଖେ ଯାଉଥିବା ବେଳେ ଦିନ ୧ ଟା ସମୟରେ ମାନଜୋର ଡ୍ୟାମ ଠାରୁ ୧.୫ କିଲୋମିଟର ଦୂର ମାଧପୁର-କିଶୋରନଗର ରାସ୍ତା ଉପରେ ଏହି ୪ ଜଣ ଅଭିଯୁକ୍ତ ଗୋବିନ୍ଦ ଓ ଦିବାକରଙ୍କୁ ଅଟକାଇ ଥିଲେ । ତାଙ୍କ ହାତରେ ଜବରଦସ୍ତି ଏକ ପ୍ୟାଜେଟ ଧରାଇ ଫଟୋ ଉଠାଇ , ଏଥିରେ ଗଞ୍ଜେଇ ଅଛି ବୋଲି ଧମକାଇଥିଲେ । ଟଙ୍କା ନଦେଲେ ପୁକିସକୁ ଡକାଇ ଧରାଇ ଦେବାର ଧମକ ଦେଇ ମାଡ ମାରି ମୋବାଇଲ ସହିତ ପାଖରେ ଥିବା ୨୦ ହଜାର ଏବଂ ଫୋନପେରୁ  ୧୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ।

ଘଟଣା ସମ୍ପର୍କରେ ଗୋବିନ୍ଦ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଆଠମଲ୍ଲିକ ପୁଲିସ ସୋମବାର ରାତିରେ ଅଭିଯୁକ୍ତ ମାନଙ୍କୁ ବାନ୍ଧିବା ସହିତ ଛଡାଇ ନେଇ ଥିବା ମୋବାଇଲ ସହିତ ଅନ୍ୟ ୫ ଗୋଟି ମୋବାଇଲ, ବ୍ୟବହୃତ ମୋଟର ସାଇକେଲ ଏବଂ ୧୭ ଶହ ଟଙ୍କା ଜବତ କରିଛି ।

Advertisement

Leave a Reply

Your email address will not be published. Required fields are marked *