* ୨ କୋଟିରୁ ଅଧିକ ଟଙ୍କା ଠକି ଥିବା ସ୍ପଷ୍ଟ ।
* ଓଡିଶା ସମେତ ୭ ରାଜ୍ୟରେ କରିଥିଲେ ଠକେଇ ।
* ନକଲି ପେପର ସାଙ୍ଗକୁ ନକଲି ଷ୍ଟାମ୍ପ ଜବତ ।
* କରୁଥିଲେ ଫେକ ଇଣ୍ଟରଭ୍ୟୁ ।
ଅନୁଗୁଳ – ଟାଟା କମ୍ପାନୀରେ ଚାକିରି ଦେବାକୁ କହି ଯୁବକ ଯୁବତୀ ମାନଙ୍କୁ ଠକୁଥିବା ଏକ ଆନ୍ତଃରାଜ୍ୟ ଠକ ଗ୍ୟାଙ୍ଗର ଅନୁଗୁଳ ପୁଲିସ ପର୍ଦାଫାସ କରିଛି । ନିଯୁକ୍ତି ନାମରେ ଠକେଇ କରୁଥିବା ଏହି ଠକ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଦମ୍ପତିଙ୍କୁ ଅନୁଗୁଳ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ପାଖରୁ ବହୁ ଜାଲ କାଗଜପତ୍ର , ଆଇଡେଣ୍ଟି କାର୍ଡ , ନିଯୁକ୍ତ ପତ୍ର , ଷ୍ଟାମ୍ପ, କ୍ରେଡିଟ୍ କାର୍ଡ , ଟଙ୍କା ଓ କାର ଜବତ କରିଛି ।


