ଅପରାଧ ଜୁଆ ଆଡ୍ଡା ଉପରେ ଚଢ଼ାଉ – ୬ ଗିରଫ ୯ ମୋଟରସାଇକେଲ ଜବତ Angul OnlineOctober 6, 2021October 6, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଖମାର ଗାଁ ନିକଟରେ ଥିବା ଏକ ଆମ୍ବତୋଟାରେ ଚଲିଥିବା ଏକ ଜୁଆ ଆଡ୍ଡା ଉପରେ ବୁଧବାର ଛେଣ୍ଡିପଦା ପୁଲିସ ଚଢ଼ାଉ କରିଥିଲା । ଚଢାଉ ବେଳେ ପୁଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ୯ଟି ମୋଟର ସାଇକେଲ , ଜୁଆରେ ବ୍ୟବହୃତ ସାମଗ୍ରୀ ସହ ୮ ହଜାର ୩୦୦ ଟଙ୍କା ଜବତ କରିଛି । ସୂଚନା ଅନୁସାରେ ଦୀର୍ଘ ଦିନ ହେବ ଏହି ଆମ୍ବତୋଟା ଭିତରେ ଜୁଆ ଆଡ୍ଡା ଚାଲିଥାଏ । ଆଜି କୌଣସି ସୂତ୍ରରୁ ଖବର ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିସ କୁମାର ଦାଶ ସଦଳବଳେ ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ପୁଲିସକୁ ଦେଖି କିଛି ଜୁଆଡି ସେମାନଙ୍କର ମଟରସାଇକେଲ ନେଇ ଫେରାର ହୋଇ ଯାଇଥିବା ବେଳେ ଆଉ କିଛି ଦୈାଡି ପଳାଇ ଯାଇଥିଲେ । ପୁଲିସ ଘଟଣା ସ୍ଥଳରୁ ୬ ଜଣ ଜୁଆଡିଙ୍କୁ ଅଟକ ରଖିବା ସହ ୯ଟି ମୋଟରସାଇକେଲ , ଜୁଆରେ ବ୍ୟବହୃତ ସାମଗ୍ରୀ ଓ ସେଠାରୁ ୮ହଜାର ୩୦୦ଟଙ୍କା , ମୋବାଇଲକୁ ଜବତ କରିଥିଲା । ଏହି ଜୁଆଡିଙ୍କ ମଧ୍ୟରୁ ରାଇପାଳ ଗ୍ରାମର ଜଣେ ଶିକ୍ଷକ ଥିବା ଜଣାପଡିଛି । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ କରାଯିବା ସହିତ ପୁଲିସ ୬ ଜଣ ଜୁଆଡିଙ୍କୁ ଗିରଫ କରିଛି । ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣା ପଡିଛି । Advertisement
ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ ତାଳଚେର – ଦୋକାନ ଘର ଉପରେ ଚଢି ଏସିର ପାଇପ ଚୋରି କଲା ଚୋର । ଗୋଟିଏ କି ଦୁଇଟି ଏସିର ନୁହଁ , ପାଞ୍ଚଟି ଦୋକାନର…
ଭିଜିଲାନ୍ସ ଜାଲରେ କ୍ଷୁଦ୍ର ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଭୁବନେଶ୍ୱର – ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ । ଭବାନୀପାଟଣାସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟ…
ଅର୍ଥ ହେରେଫର ଅଭିଯୋଗ – ସିଡିପିଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗରେ ବରିଷ୍ଠ କିରାଣୀ କମ କ୍ୟାସିୟରଙ୍କୁ ବଅଁରପାଳ ପୁଲିସ ଗିରଫ…