ସମସ୍ୟା ୧୪ ଦିନରେ ଗଣଧାରଣା – ପଦଯାତ୍ରା ମାଧ୍ଯମରେ ଲୋକଙ୍କୁ କଲେ ଜାଗରଣ Angul OnlineJanuary 30, 2024January 30, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଡକେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଅନୁଗୁଳ ସହର ଭିତର ଦେଇ ଯାଇଥିବା ଏହି ରାଜରାସ୍ତା ଖାଲଖମାରେ ଭରି ରହିଛି । ଯାହାର ମରାମତି କରୁ ନାହିଁ ଜାତୀୟ ରାଜପଥ ବିଭାଗ । ଫଳରେ ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକ ଓ ଅନୁଗୁଳ ବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜପଥର ଅବସ୍ଥା ଖରାପ ଯୋଗୁଁ ଦୈନଦିନ ଦୁର୍ଘଟଣା ଘଟି ସାଧାରଣ ଲୋକ ମୃତାହତ ହେଉଛନ୍ତି । ସେହିପରି ଅନୁଗୁଳରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାପରେ ମଧ୍ୟ ତାହା ପରବର୍ତ୍ତୀ ମୂହୁର୍ତ୍ତରେ ପ୍ରତ୍ୟାହୃତ କରାଯିବା ଅନୁଗୁଳ ବାସୀଙ୍କୁ ଧୋକା ଦିଆଯାଇଛି ।ଏହାର ପ୍ରତିବାଦରେ ଅନୁଗୁଳ ସଚେତନ ନାଗରିକ ମାନେ ଗତ ୧୭ ତାରିଖରୁ ଗଣଧାରଣାରେ ବସିଛନ୍ତି । ୧୪ ଦିନ ଧାରଣା ପହଁଞ୍ଚିଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର,ଜାତୀୟ ରାଜପଥ ବିଭାଗ କି ପ୍ରଶାସନ କର୍ଣ୍ଣପାତ କରୁ ନାହିଁ । ଏଥିପାଇଁ ଆଜି ସଚେତନ ନାଗରିକଙ୍କ ତରଫରୁ ଏକ ପଦଯାତ୍ରା କରାଯାଇଥିଲା । ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେବା ସହ ଅନୁଗୁଳ ସହର ପରିକ୍ରମା କରି ଆନ୍ଦୋଳନକାରୀ ମାନେ ଲୋକଙ୍କୁ ସଚେତନ କରାଇବାକୁ ପ୍ରଚେଷ୍ଟା କରି ପୁଣି ଧାରଣାସ୍ଥଳକୁ ପହଞ୍ଚିଥିଲେ । ଆନ୍ଦୋଳନକାରୀଙ୍କ କହିବା କଥା ଯେତେଦିନ ପର୍ଯ୍ୟନ୍ତ ଏହି ରାଜପଥ ସମସ୍ୟାର ସମାଧାନ ଓ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା କରାଯାଇନାହିଁ ସେ ପର୍ଯ୍ୟନ୍ତ ଭିନ୍ନଭିନ୍ନ ଉପାୟରେ ଆନ୍ଦୋଳନ ଜାରି ରହିବ । ଦରକାର ପଡ଼ିଲେ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରାଯିବ ବୋଲିି ଧାରଣାକାରୀ ଚେତାବନୀ ଦେଇଛନ୍ତି । Advertisement
ହଟିଲା ଶୁଖିଲା ଗଛ – ଦୀର୍ଘ ଦିନ ଧରି ରାସ୍ତା ବନ୍ଦ ହୋଇ ରହିଥିଲା ଅନୁଗୁଳ – ହଟୁ ନାହିଁ ଶୁଖିଲା ଗଛ – ରାସ୍ତା ପାଲଟିଛି ଖୋଲା ବାର ଖବର ଅନୁଗୁଳ ଅନଲାଇନରେ ପ୍ରାକାଶ ପରେ ସେହି ରାସ୍ତାରୁ ପଡିଥିବା ଶୁଖିଲା…
ପ୍ରଦୂଷଣ ସମସ୍ଯା ସମାଧାନ ପାଇଁ ସାଇକେଲରେ ଭୁବନେଶ୍ୱର ଯାଇ ମନ୍ତ୍ରୀଙ୍କୁ ଭେଟିଲେ ସ୍ଵେଚ୍ଛାସେବୀ ଅନୁଗୁଳ – ଶିଳ୍ପ ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ହେଲେ ଏହାର ପ୍ରତିକାର ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆ ଯାଉ ନାହିଁ…
ବିଜ୍ଞାନ ଶିକ୍ଷକଙ୍କ ବଦଳି ବାତିଲ ଦାବିରେ ବିଦ୍ୟାଳୟରେ ତାଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗଡମଣ୍ଡଳ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଦଳିକୁ ନେଇ ବିଦ୍ୟାଳୟର ଅଭିଭାବକ ମାନେ କ୍ଷୋଭ…