ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ – ତିନି ଗୁରୁତର

ଅନୁଗୁଳ – ଅନୁଗୁଳ କୁଲାଡ଼ ମା’ ବ୍ରାହ୍ମଣୀଦେଇ ପୀଠ ଅଞ୍ଚଳରେ ଅଘଟଣ । ଏକ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର ।  ସେମାନେ ହେଲେ ଭୂଷଣ ପ୍ରଧାନ, ରତ୍ନମଞ୍ଜରୀ ପ୍ରଧାନ ଏବଂ ଦିଗ୍‌ନେସ ପ୍ରଧାନ। ସମସ୍ତ ଗୁରୁତର ପ୍ରଥମେ ସ୍ଥାନୀୟ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅନୁଗୁଳ ଜିଲ୍ଲା ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ଏମସ୍ସ ସ୍ଥାନାନ୍ତରଣ କରାଯାଉଛି । ଘରର ଆଜବେଷ୍ଟ ଭାଙ୍ଗି ଯାଇଥିବା ‌ବେଳେ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଛି । 

ସୂଚନା ଅନୁସାରେ , ଶନିବାର ବିଳମ୍ବିତ ରାତିରେ ଘରେ କୌଣସି କାରଣ ବଶତଃ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟିଥିଲା । ଯେଉଁଥିରେ ଘରର ଆଜବେଷ୍ଟ ଆଉ ଅନ୍ୟାନ୍ୟ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଛି । ସିଲିଣ୍ଡର ବିସ୍ଫୋରଣରେ ୩ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ନାଲକୋ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପରେ ଘର ଭିତରୁ ୩ ଜଣଙ୍କୁ ଉଦ୍ଧାର କରିି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ନାଲକୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement

Leave a Reply

Your email address will not be published. Required fields are marked *