ମୁଖ୍ୟ ଖବର ଗେଲ ଇଣ୍ଡିଆର ଏକ ପାଇପ ଲାଇନରୁ ଗ୍ଯାସ ଲିକ – ଭୟଭୀତ ଅଞ୍ଚଳବାସୀ Angul OnlineJune 15, 2023June 15, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ପିଙ୍ଗୁଆ ଠାରେ ଗ୍ୟାସ ପାଇପଳାଇନରୁ ଗ୍ୟାସ ଲିକ ହୋଇଥିଲା ଯାହା ଫଳରେ ପିଙ୍ଗୁଆ ଲୋକ ଭୟଭୀତ ହୋଇ ପଡିଥିଲେ । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ପିଙ୍ଗୁଆ ଦେଇ ଧାମରାରୁ ବୋକାରୋକୁ ଗେଲ ଇଣ୍ଡିଆର ଏକ ପାଇପ ଲାଇନ ଯାଇଛି । ଏହି ପାଇପ ଲାଇନର ଏକ ଷ୍ଟକ ରୁମ ପିଙ୍ଗୁଆ ଠାରେ ରହିଛି । ଆଜି ଦିନ ପ୍ରାୟ ଗୋଟାଏ ବେଳେ ଏହି ଷ୍ଟକ ରୁମ ପାଖରୁ ହଠାତ ଗ୍ୟାସ ଲିକ ହୋଇଥିଲା । ଯାହାକି ଭୟଙ୍କର ଶବ୍ଦ ମଧ୍ୟ ହୋଇଥିଲା । ଏହା ଦେଖି ଗାଁ ଲୋକ ଭୟଭିତ ହୋଇ ପଡ଼ିଥିଲେ । ସେମାନେ ତୁରନ୍ତ ନାଲକୋନଗର ଥାନା ଓ ଅଗ୍ନିଶମ ବିଭାଗକୁ ଏ ନେଇ ସୂଚନା ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଷ୍ଟକରୁମ ସାମ୍ନା ଦେଇ ଯାଇଥିବା ରାସ୍ତାରେ ଲୋକଙ୍କୁ ଯିବା ଆସିବା କରିବାକୁ ବାରଣ କରିଥିଲା । ପରେ ଅନୁଗୋଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚିଥିଲା । ପାଇପ ଲାଇନର ଭାଲବ କଟି ସେହି ସ୍ଥାନରେ ଏହି ଲିକ ହେଉଥିଲା । ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲା ଏହି ଗ୍ୟାସ ଲିକ ହୋଇଥିଲା । ତେବେ ଗେଲ ଇଣ୍ଡିଆ ନିମ୍ନ ମାନର କାମ କରିଥିବା ଯୋଗୁଁ ଏଭଳି ହୋଇଛି ବୋଲି ଗାଁନଲୋକ ଅଭିଯୋଗ କରିଛନ୍ତି । ଆଉ ଏହି ଗ୍ୟାସ ଲିକ ଯୋଗୁଁ ଏବେ ମଧ୍ୟ ଲୋକ ଭୟଭୀତ ହୋଇ ପଡିଥିଲେ । ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏହି ଗ୍ୟାସ ଲିକ ପରେ ଗେଲ ଇଣ୍ଡିଆ , ନାଲକୋ , ଜେ ଏସ ପି ଆଦି ପ୍ଲାଣ୍ଟର ନିରାପତ୍ତା ଅଧିକାରୀ ସହିତ ଗେଲ ଇଣ୍ଡିଆ ମୁଖ୍ୟ ପରିଚାଳକ ଓ ନିରାପତ୍ତା ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ଗ୍ୟାସ ଲିକ କୁ ବନ୍ଦ କରିଥିଲେ । ଭୟଭୀତ ଅବସ୍ଥାରେ ଥିବା ଆଖ ପାଖ ଗ୍ରାମବାସୀଙ୍କ ସହ ଉପଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ଆଲୋଚନା ଓ ବୁଝାସୁଝା କରି ସେମାନଙ୍କ ମନରୁ ଭୟ ଦୂର କରିଥିଲେ । ଏହା ଏକ ପ୍ରାକୃତିକ ଗ୍ୟାସ ହୋଇଥିବା ଯୋଗୁଁ ଖୁବ ଶିଘ୍ର ପବନରେ ମିଶିଯିବା ସହ ସାଧାରଣ ଜନଜୀବନ ଉପରେ କୌଣସି ଖରାପ ପ୍ରଭାବ ପକେଇବ ନାହିଁ ବୋଲି ପ୍ରସାଶନ କହିଛି । Advertisement
ବେଆଇନ ଭାବେ ଗଛିତ ବାଣ ଗୋଦାମରେ ଚଢାଉ – ବିପୁଳ ବାଣ ଜବତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଅଙ୍ଗାରୁଆ ୨୧ ନମ୍ବର ୱାର୍ଡ ଅଂଚଳ ଏକ ଘରୁ ବିପୁଳ ପରିମାଣର ବାଣ ଜବତ । ପୁଲିସ ଓ…
କୁକୁଡା ଫାର୍ମ ତଳେ ଅଣ୍ଡରଗ୍ରାଉଣ୍ଡ ଡିପୋ – ବିପୁଳ ପରିମାଣର ମଦ ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାସିଂହା ଗ୍ରାମରେ ଆଜି ସନ୍ଧ୍ୟାରେ ଅନୁଗୁଳ ସ୍ପେସିଆଲ ସ୍କ୍ୱାର୍ଡ ପୁଲିସ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ…
ବନବିଭାଗରେ ଭିଜିଲାନ୍ସର ଛାନଭିନ – ଖୋଜୁଛି ବାଉଁଶ ବୁଦା ଅନୁଗୁଳ – ଅନୁଗୁଳ ଓ ସାତକୋଶିଆ ବନଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଅ ଯାଇଛି । ବାଉଁଶ ପୂର୍ଣ୍ଣଜନନ ରେ ହେରଫେର ନେଇ…