ମୁଖ୍ୟ ଖବର କାନ୍ଥ ପଡି ଅଜା ମୃତ , ନାତୁଣୀ ଗୁରୁତର Angul OnlineJuly 20, 2024July 21, 2024 ଅନୁଗୁଳ – ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁଁ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ହିଶୂ ଗୁରୁତର ହୋଇଛନ୍ତି । ନିଶା ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ , ଜିଲ୍ଲାରେ ଲଘୁଚାପ ବର୍ଷା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସାନକେରଜାଙ୍ଗ ଗାଁର ପରଭା ଗୋଚ୍ଛାୟତ (୬୦) ଏବଂ ତାଙ୍କ ନାତୁଣୀ ଖୁସି ଗୋଚ୍ଛାୟତ (୧୦) ଦିନ ୨ ଘଟିକା ବେଳେ ପରିବାର ଲୋକଙ୍କ ସହ ଖାଇ ସାରି ଶୋଇଥିଲେ । ସେମାନେ ଶୋଇଥିବା ବେଳେ ଘରର କାନ୍ଥ ବର୍ଷା ଯୋଗୁଁ ଭୁଷୁଡି ଯାଇଥିଲା । ଫଳରେ ଦୁଇ ଜଣ ଗୁରୁତର ହୋଇ ଯାଇଥିଲେ । ସେମାନଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପରଭାଙ୍କ ମୃତ୍ୟୁ ହୋଇଥିଲା । ସେପଟେ ନାତୁଣୀ ଖୁସିର ଡାହାଣ ଗୋଡରେ ଗଭୀର ଆଘାତ ଲାଗି ଥିବା ବେଳେ ଏବେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଅଛି । Advertisement
ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଦେଇ ଯାଇଥିବା ଛେଣ୍ଡିପଦା ଅନୁଗୁଳ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ ନିକଟସ୍ଥ ରାସ୍ତା ପାର୍ଶ୍ଵରୁ ସନ୍ଦେହ ଜନକ…
ଅନୁଗୁଳ ଜିଲ୍ଲା ବିଜେପିର ନୂଆଁ ଟିମ ଅନୁଗୁଳ – ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ଆଜି ନୂତନ ଜିଲ୍ଲା ପଦାଧିକାରୀ , ମୋର୍ଚ୍ଚା ସଭାପତି ଏବଂ ଜିଲ୍ଲା କାର୍ଯ୍ୟକାରିଣୀଙ୍କ ନାମ ଘୋଷଣା କରା…
ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ…