ମୁଖ୍ୟ ଖବର ଚକାଡୋଳା ବର୍ତ୍ତନ ଭଣ୍ଡାରରେ ଜିଏସଟି ଚଢାଉ – ଦୋକାନ ଛାଡି ପଳାଇଲେ ମାଲିକ Angul OnlineJuly 20, 2022July 21, 2022 ଅନୁଗୁଳ – ଅନୁଗୁଳ ବଜାରରେ ଥିବା ଚକାଡୋଳା ବର୍ତ୍ତନ ଭଣ୍ଡାରରେ ଆଜି ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ଅନୁଗୁଳ ପକ୍ଷରୁ ଚଢାଉ କରା ଯାଇଥିଲା । ଡେପୁଟି କମିଶନର ପ୍ରମୋଦ କୁମାର ସାହୁଙ୍କ ନେତୃତ୍ବରେ ପୁଲିସ ସହ ୧୫ ଜଣିଆ ଟିମ ଏହି ଚଢାଉ କରିଥିଲେ । ଆଜି(ବୁଧବାର) ସକାଳ ୧୧.୩୦ ବେଳେ ଏହି ଟିମ ସଦଳବଳ ଦୋକାନରେ ଚଢାଉ କରିବା ପାଇଁ ଯାଇଥିବା ବେଳେ ଟିମକୁ ଦେଖି ଦୋକାନର ମାଲିକ ଦୋକାନ ଖୋଲା ଛାଡି ପଳାଇଥିଲେ ।ଏପରିକି ଜଣେ ମାତ୍ର ସେଲସମ୍ୟାନକୁ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀ ମଧ୍ୟ ପଳାଇଥିଲେ । ତେବେ ଦୋକାନରେ କେହି ନଥିବାରୁ କିମ୍ବା ମାଲିକ ସନ୍ଧ୍ଯା ସୁଧା ନ ଆସିବାରୁ ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ଦୋକାନର କୌଣସି କାଗଜପତ୍ର ଯାଞ୍ଚ କରି ପାରି ନାହାନ୍ତି । ଏଣୁ ଷ୍ଟେଟ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ ସହରରେ ଥିବା ଚକାଡୋଳା ବର୍ତ୍ତନ ଭଣ୍ଡାରର ୧୨ ସ୍ଥାନରେ ଚଢାଉ ଜାରି ରଖିଛି । ବର୍ତ୍ତମାନ ଏହି ୧୨ ଟି ସ୍ଥାନରେ ଥିବା ସାମଗ୍ରୀର ଷ୍ଟକ ଯାଞ୍ଚ କରା ଯାଉଥିବା ଡେପୁଟି କମିଶନର ପ୍ରମୋଦ କୁମାର ସାହୁ କହିଛନ୍ତି । ଆସନ୍ତକାଳି ମଧ୍ୟ ଚଢାଉ ଜାରି ରହିବା ବୋଲି ସେ କହିଥିବା ବେଳେ ଚକାଡୋଳା ବର୍ତ୍ତନ ଭଣ୍ଡାର ଜାହ ବ୍ୟବସାୟ କରୁଛି ତାହାର ଟାକ୍ସ ଦେଉ ନଥିବା ସନ୍ଦେହ କରା ଯାଉଛି ବୋଲି କହିଛନ୍ତି । କାଗଜପତ୍ର ଯାଞ୍ଚ ପରେ ସଠିକ ତଥ୍ୟ ମିଳିପାରିବ ବୋଲି ମଧ୍ୟ ସେ କହିଛନ୍ତି । Advertisement
୫୫ ନମ୍ବର ଜାତୀୟ ରାଜପଥ ୪ ଥର ବଦଳିଲାଣି ଡେଡ୍ଲାଇନ୍ – ମନ୍ତ୍ରୀଙ୍କ ପ୍ରତିଶୃତି ତଦବସ୍ଥା ଅନୁଗୁଳ – ସମ୍ବଲପୁର-ମଙ୍ଗୁଳି ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ସରିବାର ନା ନେଉନି । ଏହି ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ସାରିବାକୁ ଏହା…
ଦୂର୍ଗା ମଣ୍ଡପରେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ଭାଙ୍ଗିଲା ଅନୁଗୁଳ – ଅନୁଗୁଳ ଅମଲାପଡ଼ା କଲ୍ୟାଣ ମଣ୍ଡପରେ ବେଆଇନ ଭାବେ ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପକୁ ଶୁକ୍ରବାର ସକାଳେ ଭାଙ୍ଗି ଦିଆଯାଇଛି । ବହୁ ଦିନର ବାଦବିବାଦରେ…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା – ଶବକୁ ଝଡାଫୁଙ୍କା କଲା ଗୁଣିଆ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବକୁ ଝଡାଫୁଙ୍କା କଲା ଗୁଣିଆ । ସାପ କାମୁଡିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ଗୁଣିଆ…