ଅପରାଧମୁଖ୍ୟ ଖବର ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା ଆରମ୍ଭ Angul OnlineFebruary 1, 2021February 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆରମ୍ଭ ହେଲା ହାଇୱେ ପେଟ୍ରୋଲିଂ ଭ୍ୟାନ ସେବା । ରାଜରାସ୍ତାରେ ହେଉଥିବା ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ ୩୬ଟି ସ୍ଥାନରେ ଏହି ସେବା ଆରମ୍ଭ ହୋଇଛି । ଅନୁଗୁଳରେ ମଧ୍ୟ ଆଜି ସରକାରଙ୍କ ପକ୍ଷରୁ ଏହି ସେବାର ଆରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କାନଫେରେସିଂ ମାଧ୍ୟମରେ ହାଇୱେ ପେଟ୍ରୋଲିଂ ଭ୍ୟାନର ଉଦଘାଟନ କରିଛନ୍ତି । ଅନୁଗୁଳ ଏସପି କାର୍ଯ୍ୟାଳୟରେ ଏହି ଭ୍ୟାନ ଉଦଘାଟିତ ହୋଇଛି । ଏଥିପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିବାବେଳେ ଜିଲାପାଳ ସିଦ୍ଧାର୍ଥ ସ୍ବାଇଁ, ଏସ ପି ଜଗମୋହନ ମିନା ଓ ଜିଲାର ହାଇୱେ ଉପରେ ଥିବା ସମସ୍ତ ଥାନାର ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ଗୋଟିଏ ଭ୍ୟାନ ମିଳିଥିବାବେଳେ ଏହା ଅନୁଗୁଳ ଥାନା ଠାରୁ ଜରପଡା ଥାନା ମଧ୍ୟରେ କାର୍ଯ୍ୟ କରିବ ଓ ଏଥିପାଇଁ ସ୍ପେଶାଲ ପୋଲିସ ଅଫିସର ନିୟୋଜିତ ହେବେ ବୋଲି ଅନୁଗୁଳ ଏସ ପି ଜଗମୋହନ ମିନା ସୂଚନା ଦେଇଛନ୍ତି । Advertisement
ନାବଳିକାକୁ ଦୁଷ୍କର୍ମ ମାମଲାରେ ସୁବୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ଚର୍ଚ୍ଚିତ ବସଷ୍ଟାଣ୍ଡ ନିକଟରେ ଘଟିଥିବା ନାବାଳିଆ ଦୁଷ୍କର୍ମ ମାମଲାରେ ଶୁଭ୍ରାଂଶୁ ପଟ୍ଟନାୟକ ( ସୁବୁ)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର…
କଙ୍କାଳ ଉଦ୍ଧାର – ହତ୍ୟା ସନ୍ଦେହ ଅନୁଗୁଳ – ଅନୁଗୁଳ ଥାନା ଗୋପୀନାଥପୁର ନିକଟରୁ ଆଜି ଏକ କଙ୍କାଳ ଉଦ୍ଧାର କରା ଯାଇଛି । ସୂଚନା ଅନୁସାରେ ଆଜି ସକାଳ ସମୟରେ ଗାଁ ପାଖ…
ଚାକିରି ନାଁରେ ଠକେଇ , ସ୍ଵାମୀ-ସ୍ତ୍ରୀ ମିଶି କରିଥିଲେ ଠକେଇ ଅନୁଗୁଳ – ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ପୁଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଅନୁଗୁଳ ରାଜକିଶୋରପଡ଼ା ରଞ୍ଜନ କୁମାର…