ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶଙ୍କ ଉଦ୍ୟମକୁ ଗୃହ ଓ ସହର ଉନ୍ନୟନ ବିଭାଗର ପ୍ରଶଂସା

ଅନୁଗୁଳ – ଓଡ଼ିଶା ସରକାରର ଗୃହ ଓ ସହର ଉନ୍ନୟନ ବିଭାଗ ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କ ମାନବିକ ଓ ସେବାମୂଖୀ ଉଦ୍ୟମକୁ ଉଚିତ ସମ୍ମାନ ଦେଇ ପ୍ରଶଂସା କରିଛି ।

ଶ୍ରୀ ତ୍ରିପାଠୀ, ପୌରପାଳିକାର ସଫାଇ କର୍ମଚାରୀ ଲକ୍ଷ୍ମଣ ଗୋଛାୟତଙ୍କ ଅବସରର ବିଦାୟ କ୍ଷଣକୁ ଏକ ସ୍ନେହ, ସମ୍ମାନ ଓ ଗରିମାର ସ୍ପର୍ଶ ଦେଇ ସ୍ମୃତିମୟ ଅନୁଭବରେ ପରିଣତ କରିଥିଲେ । ଏହି ମାନବିକ ଅଭିଗମକୁ ବିଭାଗ ଏକ ଉଦାହରଣୀୟ ନେତୃତ୍ୱ ଭାବେ ଦେଖି ପ୍ରଶଂସା ପତ୍ର ଜାରି କରିଛି।

ବିଭାଗର ଅଧିକାରୀ ଉଷା ପାଢ଼ୀ (ଆଇ.ଏ.ଏସ.) ତାଙ୍କ ପ୍ରଶଂସା ପତ୍ରରେ ଲେଖିଛନ୍ତି, “ଏହି ଉଦ୍ୟମ କେବଳ ଏକ ଔପଚାରିକତା ନୁହେଁ; ଏହା ଦୟା, ସମାନତା ଓ ମାନବିକ ଶାସନର ପ୍ରତିକ ।” ସେ ଏହାକୁ ସମସ୍ତ ସହର ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ଏକ ପ୍ରେରଣା ସୂତ୍ର ଭାବେ ବିବେଚନା କରିଛନ୍ତି।

ଏହି ଘଟଣା ମାନବିକତା ଓ ସେବାଭାବ ଆଧାରିତ ଶାସନର ଏକ ଉଦାହରଣ ହୋଇଥାଇ ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ସେବା ଓ ସମ୍ମାନର ମୂଲ୍ୟବୋଧକୁ ଅଧିକ ସୁଦୃଢ କରିବ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page