ବିପୁଳ ପ୍ରି ଆକ୍ଟିଭେଟେଡ଼ ସିମ କାର୍ଡ଼ ଜବତ – ଦୁଇ ଜଣ ଗିରଫ – ସାଇବର ଠକଙ୍କୁ ବିକ୍ରି କରୁଥିଲେ ସିମ

ଅନୁଗୁଳ – ପ୍ରି ଆକ୍ଟିଭେଟେଡ଼ ସିମ ବିକ୍ରି କରୁଥିବା ସୂଚନା ପାଇ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୁଲିସ ଆଜି ବଇଣ୍ଡା ଛକରେ ଥିବା ଏକ ଇଲକ୍ଟ୍ରୋନିକସ ଦୋକାନରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଦୋକାନରୁ ଗିରଫ କଲା ହଣ୍ଡପା ଥାନା ପୁଲିସ । ପ୍ରି ଆକ୍ଟିଭେଟେଡ଼ ସିମ ବିକ୍ରି କରୁଥିବା ଯୋଗୁଁ ଏକ ଇଲେକ୍ଟ୍ରୋନିକସ ଦୋକାନରେ ଚଢ଼ାଉ କରିଥିଲା ପୁଲିସ । ଚଢ଼ାଉ ବେଳେ ବିଭିନ୍ନ କମ୍ପାନୀର ୧୪୮୨ ଟି ସିମ କାର୍ଡ଼ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଦେଶ ତଥା ରାଜ୍ୟରେ ସାଇବର ଠକଙ୍କ ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ଅନୁଗୁଳ ଏସ ପି ରାହୁଲ ଜୈନ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ତାଙ୍କ ତତ୍ୱାବଧାନରେ ଅନୁଗୁଳ ସାଇବର ପୁଲିସ ବିଭିନ୍ନ ସମୟରେ ଅନେକ ସାଇବର ଠକଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ ଅନେକ ଟଙ୍କା ମଧ୍ୟ ଜବତ କରିଛି । ତେବେ ଏହି ସାଇବର ଠକ ମାନେ ବିଭିନ୍ନ ସମୟରେ ନକଲି ପରିଚୟ ଦେଇ ସିମ କାର୍ଡ଼ ବ୍ୟବହାର କରୁଥିବା ପୁଲିସ ଜାଣିବାକୁ ପାଇଛି ।

ଏଥିପାଇଁ ସିମ କାର୍ଡ଼ ବିକ୍ରେତାଙ୍କ ଉପରେ ମଧ୍ୟ ନଜର ରଖିଛି ଅନୁଗୁଳ ସାଇବର ପୁଲିସ । କିଛି ଦୋକାନୀ ପ୍ରି ଆକ୍ଟିଭେଟେଡ଼ ସିମ ବିକ୍ରି କରୁଥିବା ଜାଣିବାକୁ ପାଇବା ପରେ ଆଜି ବଇଣ୍ଡା ଠାରେ ଥିବା ରଶ୍ମି ଇଲେକ୍ଟ୍ରୋନିକ୍ସ ନାମକ ଏକ ଦୋକାନରେ ହଣ୍ଡପା ପୁଲିସ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଏୟାରଟେଲ , ଜିଓ ଏବଂ ଭୋଦାଫୋନର ୧୪୮୨ ଟି ପ୍ରି ଆକ୍ଟିଭେଟେଡ଼ ସିମ ଜବତ କରିଥିଲା । ଏହି ସବୁ ସିମ ଚଢା ଦରରେ ସାଇବର ଠକଙ୍କୁ ବିକ୍ରି କରାଯାଉଥିବା ଜଣା ପଡ଼ିଛି । ଏଥିପାଇଁ ଦୋକାନର ମାଲିକ ସଞ୍ଜୟ କୁମାର ପ୍ରଧାନ ଓ ସହଯୋଗୀ ରୋହିତ ବେହେରାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ସହ ୫୭ ହଜାର ୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page