ଆଞ୍ଚଳିକ ଅଗ୍ନିକାଣ୍ତରେ ଜଳି ଗଲା ୧୦ ପାଳ ଗଦା Angul OnlineFebruary 1, 2023February 1, 2023 ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଖଳାମାଳ ସାହିରେ ଅଗ୍ନିକାଣ୍ତ ଘଟି ୧୦ରୁ ଉର୍ଦ୍ଧ୍ବ ପାଳଭାଡି ଜଳି ଯାଇଛି । ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆୟତ କରିଥିଲେ । ସୂଚନା ଅନୁସାରେ ଛେଣ୍ତିପଦାରୁ ବାହାଳସାହି ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରସ୍ତାରେ ଥିବା ଖଳାମାଳ ଠାରେ ଛେଣ୍ଡିପଦା ଗ୍ରାମବାସୀଙ୍କର ରହିଛି ୧୦୦ରୁ ଉର୍ଦ୍ଧ୍ବ ପାଳଭାଡି । ହଠାତ ମଧ୍ୟାହ୍ନରେ ଏକ ପାଳଭାଡିରେ ହଠାତ୍ ନିଆଁ ଲାଗି ଯାଇ ଥିଲା । ସଙ୍ଗେ ସଙ୍ଗେ ନିଆଁ ବ୍ୟାପକ ହେବା ସହ ୧୦ ରୁ ଉର୍ଦ୍ଧ୍ବ ପାଳଭାଡ଼ିରେ ଲାଗି ଯାଇଥିଲା । ଗ୍ରାମବାସୀ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଖବର ପାଇ ଅଗ୍ନିଶମ ବିଭାଗର ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ନିଆଁ ଆୟତ ହେବା ବେଳକୁ ୧୦ ପାଳଭାଡ଼ିର ପାଳ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । Advertisement
ଭଡା ବୃଦ୍ଧି ଦାବି ନେଇ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଟ୍ରକ ଭଡା ବୃଦ୍ଧିକୁ ନେଇ ଆଜି ମଧ୍ୟରାତ୍ରିରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟ୍ରକ ଯୋଗେ…
ଯନ୍ତ୍ରୀରୁ ବନିଗଲେ ଗ୍ଲୋବାଲ ଅଜା :କିଏ,କଣ ପାଇଁ ଓ କାହିକି? ପ୍ରତ୍ୟେକ ମଣିଷର କିଛି ନା କିଛି ନିଶା ରହିଥାଏ । ଯାହାକୁ ପୂରଣ କରିବା ପାଇଁ ସମସ୍ତ ସାମର୍ଥ୍ୟ ଲଗାଇଥାଏ ମଣିଷ । ସେ ଯେଉଁ ଦିଗ…
ନବୀନ ଜିନ୍ଦଲଙ୍କୁ ମହାତ୍ମା ହଂସରାଜ ଗୌରବ ପୁରସ୍କାର ନୂଆଦିଲ୍ଲୀ / ଭୁବନେଶ୍ବର – ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହଂସରାଜ କଲେଜର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ କୁରୁକ୍ଷେତ୍ର ସାଂସଦ ତଥା ଦେଶର ଅଗ୍ରଣୀ ଶିଳ୍ପପତି ଶ୍ରୀ ନବୀନ…