ଦୁଇ ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ

ଅନୁଗୁଳ – ଅନୁଗୁଳ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜନୈକ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଗତ ୨୮. ୮. ୨୦୨୨ଦିନ ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକା ଯୁବତୀ ଛେଳି ଚରାଇବାକୁ ଯାଇଥିବାବେଳେ କାଠପାଳ ଗ୍ରାମର ଧବଳ ମାଝୀ ସେଠାକୁ ଆସି ସମ୍ପୃକ୍ତ ଯୁବତୀକୁ ଦୁଷ୍କର୍ମ କରି ସେଠାରୁ ପଳାଇଯାଇଥିଲା । ଏନେଇ ଯୁବତୀ ଜଣଙ୍କ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ୠଜୁକରି ଅଭିଯୁକ୍ତ ଧବଳ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି (ମଙ୍ଗଳବାର) ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ହୃଷିକେଶ ଆଚାର୍ଯ୍ୟ ଏହି କେଶର ଶୁଣାଣି କରି ଅଭିଯୁକ୍ତ ଧବଳ ମାଝୀ କୁ ୧୦ଜଣ ସାକ୍ଷୀ ପ୍ରମାଣକୁ ଆଧାର କରି ୧୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଆଡ଼ଭୋକେଟ ତାପସ ରଞ୍ଜନ ମିଶ୍ର ପରିଚାଳନା କରୁଥିଲେ ।

ସେହିଭଳି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୨୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ ଗତ ୨୦. ୭. ୨୦୨୪ଦିନ ପାଲଲହଡା ଅଞ୍ଚଳର ଜନୈକା ନାବାଳିକାକୁ ମୁକ୍ତାପୁର ଗ୍ରାମର ଉଦୟ ନାଏକ ପ୍ରଲୋଭନ ଦେଖାଇ ନିଜ ସହିତ ନେଇ ପଳାଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ ନାବାଳିକା ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନିଜ ଗ୍ରାମର ଏକ ଦୋକାନ ପାଖରେ ଉଦୟ ନାଏକ ସହିତ ଛିଡା ହୋଇଥିବାରୁ ଦେଖିବାକୁ ପାଇଥିଲେ । ପରିବାର ଲୋକେ ନାବାଳିକା ସେଠାରୁ ଘରକୁ ଆଣି ପଚାରିବାରୁ ଉଦୟ ତା ସହିତ ଦୁଷ୍କର୍ମ କରିଥିବା ପ୍ରକାଶ କରିଥିଲା। ଏବିଷୟ ରେ ଜାଣିବା ପରେ ପରିବାର ଲୋକଙ୍କ ପକ୍ଷରୁ ପାଲଲହଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତିକରି ପାଲଲହଡା ଥାନା ପୁଲିସ ପୋକସୋ ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତ ଉଦୟ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଆଜି  ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ ବିରଞ୍ଚି ନାରାୟଣ ମିଶ୍ର ଏହି କେଶ ର ଶୁଣାଣି କରି ଅଭିଯୁକ୍ତ ଉଦୟ ନାଏକ କୁ ୧୨ଜଣ ସାକ୍ଷୀ ପ୍ରମାଣ କୁ ଆଧାର କରି ୨୫ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବାସହ ୩୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକଏକ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ଏହା ସହିତ ପୀଡିତା କୁ ୭ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥ ରାଶି ପ୍ରଦାନ କରିବାକୁ ଆଦେଶ କରିଛନ୍ତି ।  ସରକାର ଙ୍କ ପକ୍ଷରୁ ଏହି ମାମଲାକୁ ଅଡ଼ିଶୀନାଲ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା କରୁଥିଲେ।

Advertisement

Leave a Reply

Your email address will not be published. Required fields are marked *