ଅପରାଧ ଦୁଷ୍କର୍ମ ଅଭିଯୁକ୍ତକୁ କାରାଦଣ୍ଡାଦେଶ Angul OnlineSeptember 18, 2024September 18, 2024 ଅନୁଗୁଳ – ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବଅଁରପାଳ ବ୍ଲକ୍ ତୁଳସୀପାଳ ଗାଁର ତପନ ଜେନା(୩୧)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ତାକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହେବା ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଜରିମାନା ଅନାଦେୟ ତାକୁ ଅତିରିକ୍ତ ୧ ବର୍ଷ ଜେଲରେ ରହିବାକୁ ପଡ଼ିବ। ସୂଚନା ଅନୁସାରେ, ଅଭିଯୁକ୍ତ ସେ ଜଣେ କଲେଜ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ । ଛାତ୍ରୀ ଜଣଙ୍କ ଘରେ ଏକା ଥିଲା ବେଳେ ଅଭିଯୁକ୍ତ ତାଙ୍କୁ ଅସଦାଚରଣ କରିବା ସହ ତାଙ୍କ କଥାରେ ରାଜି ନ ହେଲେ ଜୀବନରୁ ମାରିଦେବାକୁ ଧମକ ବି ଦେଉଥିଲେ। ଏମିତି ବାରମ୍ବାର ହେବାରୁ ଛାତ୍ରୀଜଣଙ୍କୁ ତାଙ୍କ ମା’ଙ୍କୁ ଏକଥା ଜଣାଇଥିଲେ। ପରେ ସେ ବଅଁରପାଳ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ତଥା ଫାଷ୍ଟଟ୍ରାକ କୋର୍ଟ ବିରଞ୍ଜି ନାରାୟଣ ମିଶ୍ର ମୋଟ ୬ ଜଣ ସାକ୍ଷୀ ଓ ଅନ୍ୟ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଏହି ରାୟ ଶୁଣାଇଛନ୍ତି। ସେହିପରି ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ କୁହାଯାଇଛି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୂତିଆ ପରିଚାଳନା କରୁଥିଲେ। Advertisement
ଲାଞ୍ଚ ନେବା ବେଳେ ଧରା ପଡିଲେ ସବ-ଇନିସପେକ୍ଟର ଅନୁଗୁଳ – ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସବ ଇନିସପେକ୍ଟର ପ୍ରମୋଦ ନାୟକ । ସୂଚନା ଅନୁସାରେ ବନ୍ତଳା ଥାନାରେ କାର୍ଯ୍ୟରତ…
ବାଲେଶ୍ଵରରୁ ଆଣି ଅନୁଗୁଳରେ ଧଳା ଜହର ବିକ୍ରି ବେଳେ କାବୁ କଲା ପୁଲିସ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଆଲୁମିନିୟମ ପାର୍କ ଅଞ୍ଚଳରୁ ବ୍ରାଉନସୁଗାର ବିକ୍ରି ପାଇଁ ଗରାଖ ଅପେକ୍ଷାରେ ଥିବା ବେଳେ ପୁଲିସ ଆଜି ଦୁଇ ଜଣଙ୍କୁ…
ନାବାଳକ ହତ୍ଯା ଘଟଣା – ମହିଳାଙ୍କ ସମେତ ୩ ପୁଅ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ସୁବର୍ଣ୍ଣପୁର ଗାଁର ନାବାଳକ ସଞ୍ଜିତ ବିଶ୍ବାଳକୁ ହତ୍ଯା ଅଭିଯୋଗରେ ଅନୁଗୋଳ ପୁଲିସ ଜଣେ ମହିଳାଙ୍କ ସମେତ ମୋଟ୍ ୪ ଜଣଙ୍କୁ…