ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗ , ଚମ୍ପିୟାନ ହେଲା ମା ରାମଚଣ୍ଡୀ ଟିମ

ଅନୁଗୁଳ – ଅନୁଗୁଳ ପିଟିସି ପଡ଼ିଆରେ ଚାଲିଥିବା ପଞ୍ଚମ ଅନୁଗୁଳ ହେଲଥ ପ୍ରିମୀୟର ଲିଗର ଫାଇନାଲ୍ ମ୍ୟାଚରେ ମା ରାମଚଣ୍ଡୀ କୋଶଳା ଟିମ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ହାସଲ କରିଛି । ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚରେ ରାଇଜିଂ ଷ୍ଟାର କଣିହାଁ ଓ ମା ରାମଚଣ୍ଡି କୋଶଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବ୍ୟାଟିଂକରି ରାଇଜିଂ ଷ୍ଟାର କଣିହାଁ ୬ ୱିକେଟ ହରାଇ ୬୫ ରନ ସ୍କୋର କରିଥିବା ବେଳେ ମା ‘ରାମଚଣ୍ଡୀ କୋଶଳା ଟିମ ୨ ୱିକେଟ ହରେଇ ଲକ୍ଷ୍ୟ ପୂରଣ କରିଥିଲା । ଏହି ଦିନିକିଆ ପ୍ରିମୀୟର ଲିଗରେ ଅନ୍ୟ ଦଳ ଗୁଡିକ ଯଥା ମା ହିଙ୍ଗୁଳା ହୁରିକେନ୍ ଗୋଡିବନ୍ଧ, ଖମାର ଟାଇଗର୍ସ, ଗ୍ରୁମର ମାଧପୁର, କିଶୋର ନଗର ବ୍ଲାଷ୍ଟର ନାମରେ ଜିଲ୍ଲାର ସମୁଦାୟ ୬ଟି ସ୍ୱାସ୍ଥ୍ୟ ଅନୁଷ୍ଠାନ ଅଂଶ ଗ୍ରହଣ କରି ଲିଗ ମ୍ୟାଚ ଖେଳି ଥିଲେ । ମ୍ୟାଚ ଶେଷରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦୀପକ କୁମାର ମହାନ୍ତି ,ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଉପବିଭାଗ ଅଧିକାରୀ ନଳିନୀ ରଞ୍ଜନ ପ୍ରଧାନ ଯୋଗ ଦେଇ ବିଜୟୀ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଅମ୍ପାୟାର ଭାବେ ସନ୍ତୋଷ ବଳ ଓ ପ୍ରମୋଦ କୁମାର ନାୟକ ପରିଚାଳନା କରିଥିବା ଭାଷ୍ୟକାର ଭାବେ ସତ୍ୟରଞ୍ଜନ ଚାନ୍ଦ ଦାଇତ୍ୱ ତୁଲାଇ ଥିଲେ । ମ୍ୟାନ ଅଫ ଦି ସିରିଜ ତଥା ଶ୍ରେଷ୍ଠ ବୋଲର ଭାବେ ବିପୁଲ ଭୋଇ ଓ ଶ୍ରେଷ୍ଠ ବ୍ୟାଟସ ମ୍ୟାନ ଭାବେ ତୋଫାନ ଗୋଛାୟତ ଓ ଶ୍ରେଷ୍ଠ ଶୃଙ୍ଖଳା ଟିମ ଭାବେ ରାଜକିଶୋର ନଗର ଟିମ ଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସୂର୍ଯ୍ୟ ପ୍ରତାପ ମହାମାନସିଂ,ବ୍ରତୀନ କୁମାର ପ୍ରଧାନ, ଦିନେଶ୍ କୁମାର ଗଡ଼ନାୟକ,ଦେବାଶିଷ ମିଶ୍ର, ସୁନୀଲ କୁମାର ଦେହୁରୀ, ଫିଜିଓ ଥେରାପିଷ୍ଟ ସୁନୀଲ ମିଶ୍ର,ଅସିତ ସାହୁ,ଅଜିତ କୁମାର ସାହୁ ,ରାଜେଶ ମିଶ୍ର,ଶାନ୍ତନୁ କୁମାର ସ୍ୱାଇଁ ପ୍ରମୁଖ ଖେଳ ପରିଚାଳନା କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ଖେଳ ଦେଖିବାକୁ ଅନେକ ଦର୍ଶକଙ୍କ ସମାବେଶ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page