ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଗତ କାଲି ସ୍ତ୍ରୀ ହତ୍ୟା କରି ଫେରାର୍ ହୋଇ ଯାଇଥିବା ସ୍ୱାମୀକୁ ଧରିଲା ପୁଲିସ । ଆଜି ଅନୁଗୁଳ ଟାଉନ୍ ପୁଲିସ ହତ୍ୟାକରି ସ୍ଵାମୀକୁ ଧରିବା ପରେ ସିନ୍ ରିକ୍ରିଏସନ କରିଛି ।
ସୂଚନା ଅନୁସାରେ, ଶିମିଳିପଡ଼ା ଅଞ୍ଚଳରେ ଭଡାରେ ରହୁଥିବା ବାଦଲ ଭଞ୍ଜଙ୍କ ଝିଅ ମିନାକ୍ଷୀ ଭଞ୍ଜ ରାଜକିଶୋରପଡା ଅଞ୍ଚଳର ସିଦ୍ଧାନ୍ତ ସାହୁଙ୍କୁ ପ୍ରେମ ବିବାହ କରି ଭଡା ଘରେ ରହୁଥିଲେ। ଗତ କାଲି ସିଦ୍ଧାନ୍ତ ମିନାକ୍ଷୀଙ୍କୁ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଟାଉନ୍ ପୁଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ବ କରିଥିଲେ ଏବଂ ସିଦ୍ଧାନ୍ତକୁ ଧରିବାରେ ସଫଳ ହୋଇଥିଲା । ଆଜି ସିଦ୍ଧାନ୍ତକୁ ଧରି ମିନାକ୍ଷୀକୁ କିପରି ହତ୍ୟା କରିଥିଲା ଏବଂ ଛୁରୀ କେଉଁଠି ରଖି ଥିଲା ତାହା ପୁଲିସ ଆଜି ସିନ୍ ରିକ୍ରିଏସନ କରିଛି ।

