ଅପରାଧ ଗୁଳି ମାଡରେ ଆହତ ଯୁବକଙ୍କ ମୃତ୍ୟୁ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗତ ୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ସେବେଠାରୁ ସେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ବଡକନ୍ତକୁଳ ଗ୍ରାମର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା । ଗତ ୩୦ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ବଚସା ବେଳେ ଶିଶିର ଉତକ୍ଷିପ୍ତ ହୋଇ ଏକ ଦେଶୀ ବନ୍ଧୁକରେ ଅଖିଳ ଉପରକୁ ଗୁଳି କରିଥିଲା । ଗୁଳିଟି ଅଖିଳଙ୍କ ବାମହାତରେ ବାଜିଥିଲା । ଗୁଳି ମାଡରେ ଆହତ ଅଖିଳଙ୍କୁ ପ୍ରଥମେ ବନ୍ତଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତରିତ କରା ଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଅଖିଳଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣା ଦିନ ଅଭିଯୋଗ ମିଳିବା ପରେ ବନ୍ତଳା ପୁଲିସ ଘଟଣାର ତଦନ୍ତ କରି ଶିଶିରକୁ ଗିରଫ କରିବା ସହ ତା ନିକଟରୁ ଦେଶୀ ବନ୍ଧୁକ ଜବତ କରିଥିଲା । Advertisement
ସାଢ଼େ ଚାରି ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ , ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ସଫଳତା । ତାଳଚେର କୋଲିୟରୀ ଥାନା, ଡେରା ନିକଟରୁ ୪୬ ଗ୍ରାମ ବ୍ରାଉନସୁଗାର ଜବତ । ତାଳଚେର ଅବକାରୀ…
ବାହାଘର ଉତ୍ସବରେ ଗୁଳି ଫୁଟାଇ ୨ ଗିରଫ – ପିସ୍ତଲ , ଗୁଳି ଜବତ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସନ୍ତ୍ରୀଛକ ପାଖ ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଚିହ୍ନା ଯୁବକ ଏକ…
ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୯/୦୯ – ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ…