ମୁଖ୍ୟ ଖବର ସାବଧାନ ଗାଡି ଚାଳକ-ଜାତୀୟ ରାଜପଥର ବଅଁରପାଳରୁ ରନ୍ତଲେଇ ମଧ୍ୟରେ ଜଗିବ ଇଣ୍ଟରସେପଟର Angul OnlineAugust 2, 2024August 2, 2024 ଅନୁଗୁଳ – ଜାତୀୟ ରାଜପଥରେ ଅମାନିଆ ଚାଳକଙ୍କ ଉପରେ ନଜର ରଖିବା ଇଣ୍ଟରସେପଟର । ଏ ନେଇ ନିର୍ଦେଶନାମା ଜାରି କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ । ସୂଚନା ଅନୁସାରେ ଗତ ଜୁଲାଇ ୧୧ ତାରିଖରେ ଜିଲ୍ଲା ସଡକ ସୁରକ୍ଷା କମିଟିର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ଜାତୀୟ ରାଜପଥ ୫୫ ର ବଅଁରପାଳରୁ ରନ୍ତଲେଇ ମଧ୍ୟରେ ଇଣ୍ଟରସେପଟର ରହିବା । ଭିନ୍ନ ଭିନ୍ନ ଦିନ ଅଲଗା ଅଲଗା ସ୍ଥାନରେ ରହି ଇଣ୍ଟରସେପଟର ରହି ଅମାନିଆ ଗାଡି ଚାଳକଙ୍କ ଉପରେ ତିକ୍ଷ୍ନ ନଜର ରଖିବା । ମୁଖ୍ଯତଃ ବିନା ହେଲେମେଟରେ ଗାଡି ଚଲାଉଥିବା , ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରୁଥିବା , ତିନି ଜଣ ହୋଇ ମୋଟରସାଇକେଲ ଚଢୁଥିବା , ଓଭର ସ୍ପିଡରେ ଗାଡି ଚାଳନା କରୁଥିବା ଗାଡି ଚାଳକଙ୍କ ଫଟୋ ଉଠାଇବା ସହ ଇ ଚାଲାଣ କଟାଯିବ । ଦିନକୁ ଅନ୍ଯୁନ ୫୦ ଟି ମାମଲା ରୁଜୁ କରିବାକୁ ନିର୍ଦେଶନାମା ଜାରି କରିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ । Advertisement
ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୁକୁରପଟା ଗାଁ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନ୍ୟାୟ ଅପେକ୍ଷାରେ ୩ ଦିନ ହେବ…
ରାସ୍ତାରେ ଜଳିଗଲା ସ୍କୁଟି ଅନୁଗୁଳ – ରାସ୍ତାରେ ସ୍କୁଟି ଚଲାଇ ଯାଉଥିବା ବେଳେ ଜଳିଗଲା ସ୍କୁଟି । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର-ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗ୍ରାମ ନିକଟରେ ଏଭଳି…
ବୁଢୀ ଠାକୁରାଣୀ ଛକରେ ଟ୍ରକ ଧକ୍କାରେ ଜଣେ ମୃତ – ଜାଳିଦେଲେ ଟ୍ରକ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ଜୀବନ ଯାଇଛି ।ଅନୁଗୁଳ ସହରର ଅନୁଗୁଳ ହାଇସ୍କୁଲ…