ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଡାପଡା ଗାଁରେ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଘରେ ପଶି କଳାକନା ବୁଲାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ପରିବାର ଲୋକ ଶୋଇଥିବା ବେଳେ ୭ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଓ ରୁପା ଗହଣା ଗଡ଼ରେଜ ଖୋଲି ଦୁର୍ବୃତ୍ତ ମାନେ ଲୁଟି ନେଇଥିଲେ l ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
ସୂଚନା ଅନୁସାରେ ଅନୁଗୁଳ ଜିଲା ଛେଣ୍ଡିପଦା ଥାନା ପୋଡାପଡା ଗାଁ ମଝିରେ ଥିବା ରଞ୍ଜନ କୁମାର ଗଡ଼ନାୟକଙ୍କ ଘର l ରବିବାର ରାତିରେ ପରିବାର ଲୋକ ଘର ବାହାରେ ଶୋଇଥିବା ବେଳେ ଦୁର୍ବୃତ୍ତ ମାନେ ଘର ପଛ ପଟ ଗ୍ରିଲ ଖୋଲି ଘର ଭିତରକୁ ପଶିଥିଲେ l ଘରେ ପଶିବା ପରେ ଘରର ଲାଇନ କାଟି ରଞ୍ଜନଙ୍କ ପୁଅ ବୋହୁ ଶୋଇବା ଘରର ଗଡ଼ରେଜ ଖୋଲି ବୋହୂର ଥିବା ପ୍ରାୟ ୭ ଲକ୍ଷ ଟଙ୍କାର ସୁନା ଗହଣା ଓ ଲାପଟପ ଲୁଟି ନେଇଥିଲେ l ଘରୁ ଗଲା ବେଳେ ରଞ୍ଜନଙ୍କ ସ୍ତ୍ରୀ ପିନ୍ଧିଥିବା କାନ ଫୁଲକୁ ଲୁଟ କରିବା ପାଇଁ ଉଦ୍ୟମ କରିବା ବେଳେ ପରିବାର ଲୋକ ଉଠି ପାଟି କରିବାରୁ ଦୁର୍ବୃତ୍ତ ମାନେ ଘରର ପଛପାଖ ଦେଇ ଅନ୍ଧାରରେ ଫେରାର ହୋଇଯାଇଥିଲେ l ଏନେଇ ପରିବାର ଲୋକ ୧୧୨ କୁ ଜଣାଇବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l