ମୁଖ୍ୟ ଖବର ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟି ସାମ୍ବାଦିକ ଅଟକ Angul OnlineMarch 24, 2022March 24, 2022 ଆଠମଲ୍ଲିକ – ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପୁଲିସ ଜଣେ ସାମ୍ବାଦିକଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଆଜି ପୌରନିର୍ବାଚନର ମତଦାନ ଚାଲି ଥିବା ସମୟରେ ଜଣେ ସାମ୍ବାଦିକ ଭୋଟରଙ୍କୁ ଟଙ୍କା ବାଣ୍ଟୁ ଥିବା ସମୟରେ ସ୍ଥାନୀୟବାସୀଙ୍କ ହାତରେ ଧରା ପଡିଥିଲେ । ଆଠମଲ୍ଲିକ ଉର୍ଦୁ ପ୍ରାଥମିକ ବିଦ୍ୟାଳୟରେ ୱାର୍ଡ ନମ୍ବର ୨ ଏବଂ ୩ ର ମତଦାନ ହେଉଥିବାବେଳେ ଏହି ବୁଥର ଏକ ଶହ ମିଟର ପରିସୀମା ଭିତରେ ନିପିଲଇର ଜଣେ ସାମ୍ବାଦିକ ବିଶ୍ଵବର ବେହେରାଙ୍କୁ ସ୍ଥାନୀୟବାସୀ ଟଙ୍କା ବଣ୍ଟନ କରୁଥିବା ସମୟର ଧରି ପୁଲିସର ଜିମାରେ ଦେଇଥିଲେ । ଜାଞ୍ଚ ବେଳେ ତାଙ୍କ ନିକଟରୁ ଦଶହଜାର ଟଙ୍କା ମଧ୍ୟ ମିଳିଥିବାର ପୁଲିସ ପ୍ରକାଶ କରିଛି । Advertisement
କାନ୍ଥ ପଡି ଅଜା ମୃତ , ନାତୁଣୀ ଗୁରୁତର ଅନୁଗୁଳ – ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁଁ କାନ୍ଥ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ…
ବର୍ଷକୁ ୬୦ ହଜାର ଲୋକ ସାପ କାମୁଡାରେ ମୃତ୍ଯୁ ମୁଖରେ ପଡୁଛନ୍ତି – ଡା. ପି ଗୌରୀ ଶଙ୍କର ଅନୁଗୁଳ – କଳିଙ୍ଗ ଫାଉଡେସନ ଓ ପିପୁଲ ଫର ଆନିମଲ ପକ୍ଷରୁ ଓଡିଶା ବନ ବିଭାଗ ସହାୟତାରେ ଅନୁଗୁଳ ଫରେଷ୍ଟ ଟ୍ରେନିଂ କଲେଜ ଠାରେ ଏକ ସାପ…
ଦୁର୍ଘଟଣାରେ ଚାଲିଗଲା ସ୍ଵାମୀ-ସ୍ତ୍ରୀଙ୍କ ଜୀବନ – ଅଳ୍ପକେ ବର୍ତ୍ତିଲେ ଦୁଇ ଝିଅ ଅନୁଗୁଳ – ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଳ୍ପକେ ବର୍ତ୍ତିଗଲେ ଦୁଇଝିଅ । ମୋଟରସାଇକେଲକୁ ପଛପଟୁ ଏକ ଆମ୍ବୁଲାନ୍ସ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୋଟରସାଇକେଲ…