ମୁଖ୍ୟ ଖବର ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟି ସାମ୍ବାଦିକ ଅଟକ Angul OnlineMarch 24, 2022March 24, 2022 ଆଠମଲ୍ଲିକ – ପୌର ନିର୍ବାଚନ ବେଳେ ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ପୁଲିସ ଜଣେ ସାମ୍ବାଦିକଙ୍କୁ ଅଟକ ରଖିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଆଜି ପୌରନିର୍ବାଚନର ମତଦାନ ଚାଲି ଥିବା ସମୟରେ ଜଣେ ସାମ୍ବାଦିକ ଭୋଟରଙ୍କୁ ଟଙ୍କା ବାଣ୍ଟୁ ଥିବା ସମୟରେ ସ୍ଥାନୀୟବାସୀଙ୍କ ହାତରେ ଧରା ପଡିଥିଲେ । ଆଠମଲ୍ଲିକ ଉର୍ଦୁ ପ୍ରାଥମିକ ବିଦ୍ୟାଳୟରେ ୱାର୍ଡ ନମ୍ବର ୨ ଏବଂ ୩ ର ମତଦାନ ହେଉଥିବାବେଳେ ଏହି ବୁଥର ଏକ ଶହ ମିଟର ପରିସୀମା ଭିତରେ ନିପିଲଇର ଜଣେ ସାମ୍ବାଦିକ ବିଶ୍ଵବର ବେହେରାଙ୍କୁ ସ୍ଥାନୀୟବାସୀ ଟଙ୍କା ବଣ୍ଟନ କରୁଥିବା ସମୟର ଧରି ପୁଲିସର ଜିମାରେ ଦେଇଥିଲେ । ଜାଞ୍ଚ ବେଳେ ତାଙ୍କ ନିକଟରୁ ଦଶହଜାର ଟଙ୍କା ମଧ୍ୟ ମିଳିଥିବାର ପୁଲିସ ପ୍ରକାଶ କରିଛି । Advertisement
ପୋଲ ସୁରକ୍ଷାବାଡ଼ରେ ପିଟିହେଲା କାର – ଜଣେ ମୃତ,୨ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସିଆରିମାଳିଆ ପୋଲର ସୁରକ୍ଷା ବାଡ଼ରେ ଏକ କାର ଭାରସାମ୍ୟ ହରାଇ ଧକ୍କା ଦେଲା । ଫଳରେ ଜଣଙ୍କର ମୃତ୍ୟୁ…
ବେଆଇନ ବାଣ ଦୋକାନରେ ଚଢ଼ାଉ – ବାଣ ଜବତ ଅନୁଗୁଳ – ଦୀପାବଳି ପାଇଁ ଅନେକ ସ୍ଥାନରେ ବାଣ ବିକ୍ରି କରାଯାଉଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ଲାଇସେନ୍ସ ଦିଆ ଯାଇଛି । ଅଗ୍ନି ନିରାପତ୍ତା ବ୍ୟବସ୍ଥା…
ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି…