ଅପରାଧ ଯୁବକଙ୍କୁ ହତ୍ୟା ! ରାସ୍ତା ଅବରୋଧ Angul OnlineSeptember 16, 2023September 16, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଙ୍ଗୁଲା ଗ୍ରାମର ଜଣେ ଯୁବକଙ୍କୁ ଛେଳିଆପଡ଼ା ଛକ ନିକଟରେ ହତ୍ୟା କରି ପକାଇଦେଇଥିବା ଅଭିଯୋଗ କରି ପରିବାର ଲୋକେ ଅନୁଗୁଳ – ମହିଧରପୁର ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଛେଳିଆପଡା ଗାଁରେ ନିର୍ମାଣଧିନ ଏକ ଘର ଆଗରେ ପଡିଥିବା ବାଲି ଗଦାରେ ସକାଳୁ କାଙ୍ଗୁଲା ଗାଁର ସଂଗ୍ରାମ ବେହେରାଙ୍କ ମୃତଦେହ ମିଳିଥିଲା । ଘର ଲୋକଙ୍କ କହିବା କଥା ଗତକାଲି ତାଙ୍କ ଘର ନିର୍ମାଣ କାମ ଚାଲିଥିବା ବେଳେ ସଂଗ୍ରାମ ମିସ୍ତ୍ରୀ ଓ ଲେବର ମାନଙ୍କ ଖାଇବା ପିଇବା କଥା ବୁଝିସାରି ମଣ୍ଡପରେ ଶୋଇବାକୁ କହି ଘରୁ ବାହାରି ଆସିଥିଲା । ତେବେ ଆଜି ତାଙ୍କ ମୃତଦେହ ଛେଳିଆପଡା ଛକ ନିକଟରେ ଥିବା ଏକ ବାଲିଗଦା ଉପରେ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ। ତାଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏହାକୁ ନେଇ ଅନୁଗୁଳ – ମହିଧରପୁର ରାସ୍ତା ଅବରୋଧ କରିଛନ୍ତି ଲୋକ । ସଠିକ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଆନ୍ଦୋଳନକାରୀ । ସେପଟେ ପୁଲିସ ପହଂଚି ଘଟଣାର ତଦନ୍ତ କରୁଛି । Advertisement
କାନ ଫୁଲ ଆଉ ଚେନ ପାଇଁ ବୃଦ୍ଧାଙ୍କୁ ମାରିଦେଲେ !!!! ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । କାନ ଫୁଲ ଓ ସୁନା ଚେନ ଲୁଟ ପରେ ଜଣେ ବୃଦ୍ଧାଙ୍କୁ…
ନାବଳିକାକୁ ଦୁଷ୍କର୍ମ ମାମଲାରେ ସୁବୁକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବହୁ ଚର୍ଚ୍ଚିତ ବସଷ୍ଟାଣ୍ଡ ନିକଟରେ ଘଟିଥିବା ନାବାଳିଆ ଦୁଷ୍କର୍ମ ମାମଲାରେ ଶୁଭ୍ରାଂଶୁ ପଟ୍ଟନାୟକ ( ସୁବୁ)କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର…
ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ ଅନୁଗୁଳ – ମାଉସୀ ଶାଶୁକୁ ଦୁଷ୍କର୍ମ ଅଭିଯୋଗରେ ଝିଆରୀ ଜ୍ଵାଇଁ ଗିରଫ । ଏଭଳି ଘଟଣା ଘଟିଛି ଅନୁଗୁଳ ଥାନା ଅଞ୍ଚଳରେ । ସୂଚନା ଅନୁସାରେ ଠାକୁରଗଡ…