ମୁଖ୍ୟ ଖବର କୃଷ୍ଣା ମହାନ୍ତି ପାଇବେ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାର Angul OnlineJanuary 8, 2024January 8, 2024 ଅନୁଗୁଳ – ଓଡିଶାର ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ୨୦୨୩ ବର୍ଷ ପାଇଁ ସମ୍ମାନଜନକ ରାଷ୍ଟ୍ରୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନିତ ହେବେ । ଗାନ୍ଧୀ ତଥା ସର୍ବୋଦୟ ବିଚାରର ସର୍ବୋଚ୍ଚ ସଂଗଠନ ସର୍ବ ସେବା ସଂଘ (ଅଖିଳ ଭାରତ ସର୍ବୋଦୟ ମଣ୍ଡଳ) ପକ୍ଷରୁ ରାଜସ୍ଥାନର ଜୟପୁର ଠାରେ ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସର୍ବ ସମ୍ମତକ୍ରମେ ଶ୍ରୀମତୀ ମହାନ୍ତିଙ୍କୁ ଏହି ସମ୍ମାନ ଦେବା ନିମନ୍ତେ ନିଷ୍ପତ୍ତି କରାହୋଇଛି । ସର୍ବ ସେବା ସଂଘର ଆଗାମୀ ରାଷ୍ଟ୍ରୀୟ ଅଧିବେଶନରେ କୃଷ୍ଣା ମହାନ୍ତିଙ୍କୁ ତାଙ୍କର ଜୀବନବ୍ୟାପୀ ସାଧନା ନିମନ୍ତେ ସମ୍ମାନ ପତ୍ର ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ ଏକ ପ୍ରେସ ବିଜ୍ଞପ୍ତି ଯୋଗେ ଜଣାଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷ୍ଣା ମହାନ୍ତି ଓଡିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କର କନିଷ୍ଠ କନ୍ୟା ତଥା ମାଆ ରମାଦେବୀ ଓ ପୁଣ୍ୟାତ୍ମା ଗୋପବନ୍ଧୁ ଚୌଧୁରୀଙ୍କ ଝିଆରୀ । Advertisement
ବୈତୁରା ହେଲେ ଅନୁଗୁଳ ଉପ-ଜିଲ୍ଲାପାଳ ଅନୁଗୁଳ – ଅନୁଗୁଳ ଉପ ଜିଲ୍ଲାପାଳ ଭାବେ ସୋମବାର ବୈତୁରା ଦିପ୍ ଦାୟିତ୍ବ ଗ୍ରହଣ କରିଛନ୍ତି । ଜିଲ୍ଲାରେ ସେ ସବ୍ ରେଷ୍ଟରଠାରୁ ଆରମ୍ଭକରି ସହକାରୀ ଉପଜିଲ୍ଲାପାଳ…
ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ…
ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ – ଜଳିଗଲା ସମ୍ପୁର୍ଣ୍ଣ ଦୋକାନ ଅନୁଗୁଳ – ଅନଗୁଳ କାଲଟାକ୍ସ ଛକ ନିକଟରେ ଥିବା ଏକ ଦୋକାନରେ ଗ୍ୟାସ ରିଫିଲିଙ୍ଗ ବେଳେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଦରେ ଦୋକାନଟି ସମ୍ପୁର୍ଣ୍ଣ ଜଳି ଯାଇଥିବା…