ଅପରାଧ ଏ ଟି ଏମ୍ ତାଡି ଲୁଟିନେଲେ ଲକ୍ଷାଧିକ ଟଙ୍କା Angul OnlineDecember 10, 2023December 10, 2023 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ବହଲର ଛକ ନିକଟରେ ଥିବା ଏସବିଆଇ ଏଟିମକୁ କଟର ମେସିନରେ କାଟି ଟଙ୍କା ଲୁଟ ହୋଇଥିବା ଦେଖିବାକୁ ମିଳିଛି । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ବହଲର ଛକ ନିକଟରେ ଏକ ମାର୍କେଟ ମଧ୍ୟରେ ଥିବା ଏଟିଏମ ଥିବା ବେଳେ ଦୁର୍ବୁତ୍ତ ମାନେ ବିଳମ୍ବିତ ରାତିରେ ଗ୍ୟାସ କଟର ସହାଯ୍ଯରେ ଟଙ୍କା ଚାମ୍ବରକୁ କାଟି ଏଟିଏମରେ ଥିବା ସମସ୍ତ ଟଙ୍କା ନେଇ ଚମ୍ପଟ ମାରିଛନ୍ତି । ତେବେ ସେହି ସ୍ଥାନରେ ପୁଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଥିଲେ ମଧ୍ୟ ଦୁବୃତ୍ତ ମାନେ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି । ତେବେ ବ୍ୟାଙ୍କ ପକ୍ଷରୁ ଏହି ଏଟିଏମରେ ଚାରିରୁ ପାଞ୍ଚଲକ୍ଷ ଟଙ୍କା ଥିବା ସୂଚନା ମିଳିଛି । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବାହାର ରାଜ୍ୟର ପେଷାଦାର ଏଟିମ ଲୁଟେରା ଗ୍ୟାଙ୍ଗ ଏଥିରେ ସାମିଲ ଥିବାନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଲୁଟେରା ମାନେ ଅକ ଧଳା ରଙ୍ଗର କାରରେ ଆସି ଟଙ୍କା ଲୁଟି ଫେରାର ହୋଇ ଯାଇଛନ୍ତି । Advertisement
ପାଞ୍ଚ ଜଣଙ୍କ ନାମରେ ଲଟକା ଜାରି କଲା ପୁଲିସ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ସାପୋଇନାଳି ଗ୍ରାମରେ ଗଞ୍ଜେଇ କାରବାରରୁ ବେଆଇନ ସମ୍ପତି ଜବତ ଘଟଣାରେ ପୁଲିସ ଚିତରଞ୍ଜନଙ୍କ ଘରେ ୫ ଜଣଙ୍କ ନାମରେ ଲଟକା…
ଗୁଳି ମାଡରେ ଆହତ ଯୁବକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗତ ୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ…
ପିଲା ଚୋର ସନ୍ଦେହରେ ପୁଲିସକୁ ମାଡ – ଗାଁରେ ଉତ୍ତେଜନା ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଆଜି ଏକ ଅସ୍ଵାବାଭିକ ପରିସ୍ଥିତି ସୃଷ୍ଟି ହୋଇଛି । ଚୋର ଧରିବାକୁ ପୁଲିସ ସାଧା ପୋଷାକରେ…