ଅନୁଗୁଳ – ବ୍ରହ୍ମପୁରର ବିଶିଷ୍ଟ ଆଇନଜୀବୀ, ସମାଜସେବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାର ପ୍ରତିବାଦରେ ସାରା ରାଜ୍ୟରେ ଆଜି ଓକିଲ ମାନେ କଲମ ଛାଡ଼ ଆନ୍ଦୋଳନକୁ ଓଲ୍ହାଇଥିଲେ । ଅନୁଗୁଳ ବାର୍ ଆସୋସିଏଶନ ପକ୍ଷରୁ ମଧ୍ୟ ଏହି କଲମ ଛାଡ଼ ଆନ୍ଦୋଳନ କରାଯିବା ସହ ଶୋକସଭା, କିଛି ସମୟ ପାଇଁ କୋର୍ଟ ସମ୍ମୁଖ ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା ।
ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଓଡ଼ିଶା ରାଜ୍ୟ ବାର୍ କାଉନସିଲ କଲମ ଛାଡ଼ ଆନ୍ଦୋଳନ ଡାକରାକୁ ସମର୍ଥନ କରି ଅନୁଗୁଳ ବାର୍ ଆସୋସିଏଶନ୍ ମଧ୍ୟ ଆଜି କାମ ବନ୍ଦ କରି ଆନ୍ଦୋଳନ କରିଥିଲେ । ସଂଘର ସଭାପତି ହିମାଂଶୁ ଭୂଷଣ ସାମଲଙ୍କ ନେତୃତ୍ୱରେ ସଂଘର ସମ୍ପାଦକ ଧୃବଚରଣ ସାହୁ , ଉପସଭାପତି ପ୍ରତାପ କୁମାର ନାଏକ, ସହ ସମ୍ପାଦକ ପୁରୁଷୋତ୍ତମ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ବରିଷ୍ଠ ଆଇନଜୀବୀ ସୁବାସ ମିଶ୍ର, ମହେନ୍ଦ୍ର କୁମାର ବସ୍ତିଆ, ମାନସ ରଞ୍ଜନ ପ୍ରଧାନ, ଜିତେନ୍ଦ୍ର କୁମାର ସାହୁ, ଦିଲ୍ଲୀପ କୁମାର ଦାସ, ପାର୍ଥ ସାରଥୀ ପ୍ରଧାନ, ଗୋପାଳ ଚନ୍ଦ୍ର ନାଥ, ପ୍ରଭାକର ବିଷୋୟୀଙ୍କ ସମେତ ଶତାଧିକ ଆଇନଜୀବୀ ଆନ୍ଦୋଳନର ସାମିଲ ଥିଲେ । ଆନ୍ଦୋଳନ କରିବା ସହ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ, ମୃତ ଆଇନଜୀବୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଆଇନଜୀବୀ। ଆଇନଜୀବୀ ମାନଙ୍କ ଏହି ଆନ୍ଦୋଳନ ଫଳରେ ଆଜି କୋର୍ଟ କାର୍ଯ୍ୟ ଏକ ପ୍ରକାର ବନ୍ଦ ରହିଥିଲା । ତାଳଚେର , ଆଠମଲ୍ଲିକ , ଛେଣ୍ଡିପଦା , ବଅଁରପାଳ ଆଦି କୋର୍ଟରେ ମଧ୍ୟ ସମାନ ପରିସ୍ଥିତି ରହିଥିଲା ।

