ମୁଖ୍ୟ ଖବର ଝିଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ Angul OnlineMarch 20, 2023March 20, 2023 ଅନୁଗୋଳ – ନିଜ ଜନ୍ମ କଲା ଝିଅକୁ ସାମାନ୍ୟ ଘଟଣା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୁକ୍ତ ବାପାକୁ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୫ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି । ଜୋରିମନା ଅନାଦେୟ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ମଧ୍ୟ ଆଦେଶରେ ଉଲ୍ଲେଖ ରହିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କୁଞ୍ଜବିହାରିପୁର ଗାଁର ବଳିଆ ବାଘ ୨୦୧୭ ମସିହା ଅକ୍ଟୋବର ମାସ ୧୫ ତାରିଖ ଦିନ ତାଙ୍କ ଝିଅ ପ୍ରତିମା ବାଘକୁ ଘରର ଚାଷବାସ ଟଙ୍କା ଓ ଛେଳି ବିକ୍ରି ଟଙ୍କାର ହିସାବ ମାଗିଥିଲା । ତେବେ ପ୍ରତିମା ହିସାବ କିମ୍ବା ଟଙ୍କା ନ ଦେବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ବେଳେ ବଳିଆ ରାଗରେ ପ୍ରତିମାକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ପ୍ରତିମାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟାଙ୍ଗିଆ ଜବତ କରିବା ସହ ବଳିଆକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାରେ ୨୦ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଜିଲ୍ଲା ଦୌରାଜଜ ପ୍ରଣବ କୁମାର ପାତ୍ର , ଅଭିଯୁକ୍ତ ବଳିଆକୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିବା ସହ ୨୫ ହଜାର ଟଙ୍କା ଜୋରିମନା ଦେବାକୁ ଆଦେଶ ଦେଇଛନ୍ତି । ଏହି।ମାମଲାକୁ ସରକାରୀ ଓକିଲ ପ୍ରଦୀପ କୁମାର ଦାସ ପରିଚାଳନା କରିଥିବା ବେଳେ ଅତିରିକ୍ତ ସରକାରୀ ଓକିଲ ପ୍ରଦୀପ କୁମାର ଭୁତିଆ ସହଯୋଗ କରିଥିଲେ । Advertisement
କୋଭିଡ କେୟାରରୁ ନିଖୋଜ – କୋଭିଡ ହସ୍ପିଟାଲରୁ ଉଦ୍ଧାର ଅନୁଗୁଳ – ଅନୁଗୁଳ ଆଦର୍ଶ ଠାରେ ଥିବା କୋଭିଡ କେୟାର କେନ୍ଦ୍ରରୁ ଜଣେ କରୋନା ସଂକ୍ରମିତ କୁଆଡ଼େ ହଜିଯାଇଥିବା ଅଭିଯୋଗ ହୋଇଥିଲା । ୫ ଦିନ ହେଲା…
ସାମାନ୍ୟ କଳହରୁ ସାନଭାଇକୁ ହାଣିଦେଲା ବଡଭାଇ ! ଅନୁଗୁଳ – ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜରାସିଂହା ପୁରୁଣା ସାହିରେ ଘଟିଛି ।…
ଗୋଟିଏ ଦିନରେ ରାଜପଥ ନେଲା ଚାରି ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଯାଇଛି । ଏହି ଚାରି ଜଣଙ୍କ ମଧ୍ୟରୁ ଜାତୀୟ ରାଜପଥ ୫…