ମୁଖ୍ୟ ଖବର ଦୁର୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟାକାଣ୍ଡର ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ Angul OnlineJuly 5, 2024July 5, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବେନ୍ତପୁର ଅଞ୍ଚଳର ଦୁର୍ଦାନ୍ତ ଅପରାଧୀ ଟିକନ ନାଏକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଗାଁ ରାସ୍ତାରେ ଟିକନକୁ ହାଣି ହତ୍ୟା କରିଥିବା ବିଜୁ ନାଏକକୁ ଆଜୀବନ କାରାଦଣ୍ଡାଦେଶ ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜରିମାନା , ଜରିମାନା ଅନାଦେୟ ତାକୁ ଅତିରିକ୍ତ ୧ ବର୍ଷ ଜେଲ୍ ସଶ୍ରମ ଦଣ୍ଡ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ । ସୂଚନା ଅନୁସାରେ, ଏକାଧିକ ମାମଲାରେ ସମ୍ପୃକ୍ତ ଥିବା ଅନୁଗୁଳ ଉପକଣ୍ଠ ବେନ୍ତପୁର ଗାଁର ଟିକନକୁ ଗତ ୨୦୨୨ ଜାନୁଆରି ୧୧ ତାରିଖରେ ସେହି ଗାଁର ବିଜୁ ନାଏକ ହତ୍ୟା କରିଥିଲା । ପୂର୍ବରୁ ଉଭୟଙ୍କ ମଧ୍ୟରେ ପାଣି ନେବାକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା । ପରସ୍ପର ମଧ୍ୟରେ ଯୁକ୍ତିତର୍କ ହେବା ସହ ହାତାହାତି ବି ହୋଇଥିଲେ । ଏହା ପରେ ଦୁହେଁ ନିଜ ନିଜ ବାଟରେ ଚାଲି ଯାଇଥିଲେ । ସନ୍ଧ୍ୟା ସମୟରେ ଟିକନ ଦୋକାନକୁ ଯାଇ ଫେରିଲା ବେଳକୁ ବିଜୁ ଆଉ କିଛି ଲୋକଙ୍କ ସହ ମିଶି ତାଙ୍କୁ ଭୁଜାଲିରେ ହାଣି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଟିକନକୁ କଟକ ସ୍ଥାନାନ୍ତର କରିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଅନୁଗୁଳ ସଦର ଥାନା ପୁଲିସ ଅଭିଯୁକ୍ତ ବିଜୁ ନାଏକକୁ ଗିରଫ କରିଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ୫ ଜଣ ଏବେ ଯାଏ ଫେରାର୍ ଅଛନ୍ତି । ଏହି ମାମଲାର ବିଚାର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ରଂଜିତା ଜ୍ୟୋତିଷୀ ମୋଟ ୧୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ବିଜୁକୁ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପସିକ୍ୟୁଟର ତାପସ ରଂଜନ ମିଶ୍ର ପରିଚାଳନା କରିଥିଲେ । Advertisement
ଦଳ ବିରୋଧି କାର୍ଯ୍ୟ ପାଇଁ ଦଳରୁ ବିଦାହେଲେ ଦୁଇ କର୍ମକର୍ତ୍ତା ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦୁଇ ଜଣ ବରିଷ୍ଠ କର୍ମକର୍ତ୍ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରା ଯାଇଛି ।…
ପାଇପଲାଇନରୁ ଚୋରୀ କରୁଥିଲେ ତେଲ – ପେଟ୍ରୋଲ ପମ୍ପ ମାଲିକ ସହ ୬ ଗିରଫ ସମ୍ବଲପୁର – ସମ୍ବଲପୁର ପୁଲିସ IOCL ପାଇପଲାଇନ ଡକାୟତି ଗ୍ୟାଙ୍ଗ ଠାବ କରିବା ସମେତ ୬ ଜଣଙ୍କୁ ଗିରଫ କରିଛି । ଏନେଇ ଆଜି ସମ୍ବଲପୁର ଏସପି…
ଅବସରପ୍ରାପ୍ତ ଲାଞ୍ଚୁଆ ବାବୁଙ୍କୁ କାରାଦଣ୍ଡାଦେଶ ଅନୁଗୁଳ – ୨୦୧୨ ମସିହା ଜୁନ ମାସ ୧ ତାରିଖରେ ଲାଞ୍ଚ ନେଇ ଧରାପଡ଼ିଥିବା ଅନୁଗୁଳ ଏଡିଏମ୍ଓ କାର୍ଯ୍ୟାଳୟର ପୂର୍ବତନ ବରିଷ୍ଠ କିରାଣି ରାଜେନ୍ଦ୍ର କୁମାର ଦାସଙ୍କୁ…