ଅପରାଧ ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ Angul OnlineApril 30, 2024April 30, 2024 ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ । ୧୫/୦୨/୧୫ ମସିହାରେ ଅନୁଗୁଳ ଶାବଳଭଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀ ରଶ୍ମିତା ବିଶ୍ୱାଳକୁ ତଣ୍ଟି ଚିପି ହତ୍ୟା କରିଥିଲା ସ୍ୱାମୀ ବାବୁଲାଲ ବିଶ୍ୱାଳ । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗାଁର ସ୍ଵର୍ଗତ ରମେଶ ସାହୁ ଓ ନିଦ୍ରା ସାହୁଙ୍କ ଝିଅ ରଶ୍ମିତାଙ୍କ ତୁମୁଣି ଗାଁର ବାବୁଲାଲ ବିଶ୍ଵାଳଙ୍କ ସହ ବୈଦିକ ରୀତିରେ ବାହାଘର ହୋଇଥିଲା । ବାହାଘର ପରେ ବାବୁଲାଲ ଶଶୁର ଘରେ ଘରଜ୍ଵାଇଁ ଭାବରେ ରହୁଥିଲେ । ତେବେ ବାହାଘର ପରଠାରୁ ବାବୁଲାଲ ବିଭିନ୍ନକାରଣ ଦର୍ଶାଇ ରଶ୍ମିତାକୁ ମାଡପିଟ କରିଥିଲା ।ବାରମ୍ବାର ଏଭଳି ଘଟିବା ଯୋଗୁଁ ନିଦ୍ରା ଗାଁ ରେ ଅଭିଯୋଗ କରିଥିଲେ । ଗ୍ରାମସଭାରେ ବାବୁଲାଲ କ୍ଷମା ମାଗି ଆଉ ଏଭଳି କରିବ ନାହିଁ କହିଥିଲା । ହେଲେ ପୁଣି ପରବର୍ତ୍ତୀ ସମୟରେ ବାବୁଲାଲ ସ୍ତ୍ରୀ ରଶ୍ମିତାକୁ ମାଡପିଟ କରିବା ସହ ଶାଶୁ ନିଦ୍ରାଙ୍କୁ ମଧ୍ୟ ମାଡପିଟ କରି ଘରୁ ତଡି ଦେଇଥିଲା । ଭୟରେ ନିଦ୍ରା ଘର ଛାଡି ନିଜ ବାପ ଘରେ ରହୁଥିଲେ । ତେବେ ୧୫/୦୨/୨୦୧୫ ଦିନ ନିଦ୍ରା ଖବର ପାଇଥିଲେ ଯେ ତାଙ୍କ ଝିଅ ରଶ୍ମିତାଙ୍କ ମୃତଦେହ ଘରଠାରୁ ୨୦୦ ମିଟର ଦୂର ଏକ ପଡିଆରେ ପଡିଛି । ସେ ସେଠାରେ ପହଞ୍ଚି ତାଙ୍କ ଝିଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ସେଠାରେ ଫୋପାଡି ଦିଆ ଯାଇଥିବା ଜାଣି ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରି ବାବୁଲାଲକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା । ଏହି ମାମଲାର ଶୁଣାଣି କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଏବଂ ଦୌରାଜଜ ରଞ୍ଜିତା ଜୌତିଷି ବାବୁଲାଲକୁ ଆଜୀବନ କାରାଦଣ୍ଡାଦେଶ ସହ ୧୨ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ୧୪ ମାସ ଅଧିକ କାରାଦଣ୍ଡରେ ଦଣ୍ଡିତ ହେବାକୁ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସରକାରୀ ପିପି ତାପସ ରଞ୍ଜନ ମିଶ୍ର ମାମଲା ପରିଚାଳନା କରିଥିଲେ । Advertisement
ନକଲି ଓକିଲ ଥାନାରେ ଅଟକ ଅନୁଗୁଳ – ଅନୁଗୁଳ ସବ ରେଜଷ୍ଟ୍ରି ଅଫିସରୁ ନକଲି ଓକିଲ ଠାବ କରି ପୁଲିସର ଜିମା ଦେଲେ ଓକିଲ ସଂଘ ସଭାପତି ଦିଲ୍ଲୀପ ସାହୁ । ସୂଚନା…
ଲାଞ୍ଚ ନେବା ବେଳେ ପୁଲିସ ଏ.ଏସ୍.ଆଇ.କୁ ଗିରଫ କଲା ଭିଜିଲାନସ ଅନୁଗୋଳ – ଭିଜିଲାନ୍ସ ଜାଲରେ ପୁଣି ଜଣେ ପୁଲିସ ବାବୁ । ଅନୁଗୋଳ ଜିଲ୍ଲା କିଆକଟା ଥାନା ଏ.ଏସ୍.ଆଇ. ନବୀନ କୁମାର ଶତପଥୀ ବୌଦ୍ଧ ବସଷ୍ଟାଣ୍ଡ…
୫୫ ବର୍ଷୀୟ ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କଲା ୮୫ ବର୍ଷୀୟ ବାପ ପାଲଲହଡା – ଅନୁଗୁଳ ଜିଲ୍ଲା ଖମାର ଥାନା ମୁଣ୍ଡୁରିବେଡା ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟି ଯାଇଛି । ସାମନ୍ୟ କଥାକୁ ନେଇ ୮୫ ବର୍ଷୀୟ ବାପ…