ମୁଖ୍ୟ ଖବର ଶନି ପୂଜା ବେଳେ ବଜ୍ରପାତ – ୬ ମହିଳା ଗୁରୁତର Angul OnlineMay 11, 2024May 11, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଲାସିଂହା ଗ୍ରାମର ବାଲିସାହି ଠାରେ ଶନିଦେବଙ୍କ ପୂଜା କରୁଥିବା ବେଳେ ବଜ୍ରପାତରେ ୬ ଜଣ ମହିଳା ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ , ଆଜି ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶନିଦେବଙ୍କର ପୂଜା କରାଯାଉଛି । ବଲାସିଂହା ଗ୍ରାମର ବାଲିସାହି ଅଞ୍ଚଳରେ ଏକ ଅଶ୍ବସ୍ତ ଗଛ ନିକଟରେ ଗାଁର ୩୦ ରୁ ଉର୍ଦ୍ଧ ମହିଳା ଶନିଦେବଙ୍କର ପୂଜା କରୁଥିଲେ । ତେବେ ଦିନ ପ୍ରାୟ ଦୁଇ ଘଟିକା ବେଳେ ଅନୁଗୁଳ ଅଞ୍ଚଳରେ କାଳବୈଶାଖୀ ସହ ବର୍ଷା ଏବଂ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ବାଲିସାହିର ପୂଜା କରୁଥିବା ୬ ଜଣ ମହିଳା ଗୁରୁତର ହୋଇ ପଡି ଯାଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରା ଯାଇଥିଲା । ଗୁରୁତର ମହିଳା ମାନେ ହେଲେ ଝରଣା ବାରିକ (୩୦),ସାଗରିକା ସାହୁ (୨୫),ଡଲି ସାହୁ (୨୫),ସସ୍ମିତା ବାରିକ (୩୦),ଚିଲୀ ସାହୁ (୩୫) ସୁମିତ୍ରା ଦାସ (୩୦) ବୋଲି ଜଣା ପଡିଛି । ସେମାନନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରା ଯାଇଛି । Advertisement
ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ କରିବା ସହ ଜଣଙ୍କୁ…
କାର ଦୁର୍ଘଟଣାରେ ସ୍ଵାମୀ ମୃତ ସ୍ତ୍ରୀ- ଝିଅ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ସାରଙ୍ଗପୁର ଗାଁ ନିକଟରେ ଏକ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଏବଂ ଝିଅ ଗୁରୁତର ହୋଇଥିବା ଜଣା…
ବିଷ ପିଇଲେ ପ୍ରେମିଯୁଗଳ ଅନୁଗୁଳ – ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ହିନ୍ଦୋଳ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଉଭୟ ଗୁରୁତର ଅବସ୍ଥାରେ ଏବେ ଅନୁଗୁଳ ଜିଲ୍ଲା ମୁଖ୍ୟ…