ଆଞ୍ଚଳିକ କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଲୋଡର Angul OnlineJanuary 22, 2024January 22, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଲିଙ୍ଗରାଜ କୋଇଲା ଖଣି ରୋଡ଼ସେଲ ସାଇଡିଂ ରେ କୋଇଲା ଲୋଡିଙ୍ଗ ସମୟରେ ଜଳିଗଲା ଏକ ଲୋଡର । ଲୋଡରଟି ଜଳିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହାର ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ ଆଜି ରୋଡ଼ସେଲ ସାଇଡିଂରେ କୋଇଲା ଟ୍ରକ ଗୁଡିକୁ ଲୋଡରଟି ଲୋଡ଼ କରୁଥିବା ବେଳେ ହଠାତ ଲୋଡରଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଚାଳକ ଜାଣି ପାରି ଲୋଡ଼ର ଭିତରୁ ବାହାରକୁ ବାହାରି ଆସିଥିଲେ । କିଛି ସମୟ ପରେ ଏମ୍ସିଏଲର ଟ୍ୟାଙ୍କର ଓ ଅଗ୍ନିଶମ ବିଭାଗର ଗାଡି ପହଁଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଏମ୍ସିଏଲ ଲିଙ୍ଗରାଜ କ୍ଷେତ୍ରର ସୁରକ୍ଷା ବ୍ୟବସ୍ଥା ଢିଲା ଥିବା ନେଇ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଏମ୍ସିଏଲ କତ୍ତୃପକ୍ଷ ଏ ନେଇ କୌଣସି ମୁଁହ ଖୋଲୁ ନାହାନ୍ତି । Advertisement
ଧର୍ମେନ୍ଦ୍ର ପ୍ରଧନଙ୍କ ଘର ଆଗରେ ବିକ୍ଷୋଭ କଲେ ଶିକ୍ଷକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର ଆଗରେ ଆନ୍ଦୋଳନରେ ବସିଥିଲେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ । ଢେଙ୍କାନାଳ ଜିଲ୍ଲାରୁ…
ନାଲକୋ ଘରୋଇକରଣକୁ ବିରୋଧ ଅନୁଗୁଳ – ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋକୁ କେନ୍ଦ୍ର ସରକାର ଘରୋଇକରଣ କରିବାକୁ ଉଦ୍ୟମ କରୁଥିବାରୁ ଶ୍ରମିକ ସଂଗଠନ ହିନ୍ଦ୍ ମଜଦୂର ସଭା ଏହାକୁ ଘୋର…
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…