ଅପରାଧ ଘର ଗ୍ରୀଲ ତାଡି ଲୁଟିନେଲେ ଟଙ୍କା ଓ ସୁନା Angul OnlineJune 16, 2024June 16, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘମରା ଠାରେ ଘରେ କେହି ନଥିବାର ସୁଯୋଗ ନେଇ ସୁନା ଗହଣା ଓ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘର କବାଟ ତାଡି ଦୁଇଟି ଆଲମୀରାରୁ ୩୦ ଭରି ସୁନା ସହ ୨୭ ହଜାର ଟଙ୍କା ଓ ବହୁ ଆସବାଵ ପତ୍ର ଲୁଟିନେଇଛନ୍ତି । ଚୋରି ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହେବ ବୋଲି ଘର ମାଲିକ ସୂଚନା ଦେଇଛନ୍ତି । ଘର ମାକିକ ମାନସ ବିଶ୍ୱାଳ ତାଙ୍କ ମାଙ୍କ ଦେହ ଖରାପ ଥିବାରୁ ଭୁବନେଶ୍ୱର ଯାଇଥିବାରୁ ଘରେ କେହି ନଥିବାର ସୁଯୋଗ ପାଇ କବାଟ ତାଡି ଘରେ ପସି ଟଙ୍କା ସୁନା ସହ ଆସବାବପତ୍ର ନେଇ ଯାଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି । ତେବେ ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ କରି ଫେରି ଯାଇଥିଲା ବେଳେ ବାରମ୍ବାର ଚୋରି ହେଉଥିବା ନେଇ ସ୍ଥାନୀୟ ବାସିନ୍ଦା ମାନେ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠେଇଛନ୍ତି । Advertisement
ଗୋଦାମରୁ ଚୋରି ଅଭିଯୋଗରେ ପାଞ୍ଚ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ଖଲାରୀ ଅଞ୍ଚଳର ଏକ ଗୋଦାମରୁ ଦୁଇଚକିଆ ଯାନର ସ୍ପେୟାର ପାର୍ଟସ ଚୋରି କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ ୫…
ବନ୍ଧୁକ ଓ ଖଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ସଦରମହକୁମା ସ୍ଥିତ ଶିବମନ୍ଦିର ଛକ ନିକଟରୁ ଆଜି ଅପରାହ୍ନରେ ଖଣ୍ଡା ଏବଂ ବନ୍ଧୁକ ମୁନରେ ଜଣେ ବେପାରୀଙ୍କ ଠାରୁ ୧୫ …
ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର…