ଅପରାଧ ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ Angul OnlineSeptember 2, 2024September 2, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ନବୀନନଗର ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଗା ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସମେତ ଚେକ୍ ଲୁଟି ନେଲେ ତିନି ଦୃବୃତ୍ତ । ସୂଚନା ଅନୁସାରେ ତାଳଚେର ଅଞ୍ଚଳର ଲୁଗା ବ୍ୟବସାୟୀ ସୋହନ ଲାଲ ମୋଦି ନିଜର ବକେୟା ପଇସା ଆଦାୟ କରି ଖମାର ଅଞ୍ଚଳରୁ ନିଜ କାର ଯୋଗେ ତାଳଚେରକୁ ଫେରୁଥିଲେ । ଏହି ସମୟରେ ପଛପଟୁ ବାଇକ୍ ରେ ତିନି ଜଣ ଦୃବୃତ୍ତ ଆସି ନବୀନନଗର ଠାରେ କାରକୁ ଅଟକାଇଥିଲେ । ଭୁଜାଲିରେ କାରର କାଚ ଭାଙ୍ଗିବା ସହ ବନ୍ଧୁକ ଦେଖାଇ ଗାଡ଼ିରୁ ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ । ପରେ ସୋହାନ ଲାଲ ଏ ନେଇ ସମଲ ଥାନାରେ ଅଭିଯୋଗ କରିବା ପରେ ତାଳଚେର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ପୁଲିସ୍ ର ତିନୋଟି ଟିମ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିବା ସହ ପାଖରେ ରହିଥିବା ସିସିଟିଭିକୁ ଯାଞ୍ଚ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । Advertisement
ନକଲି ସୁନା ବିକିବାକୁ ଯାଇ ଧରା ପଡିଲେ ତିନି ଠକ ଅନୁଗୁଳ – ଘର ତିଆରି ପାଇଁ ମାଟି ଖୋଲିବା ବେଳେ ସୁନା ପାଇଛୁ । ଆମେ ବିକିଦେବୁ , ଯାଞ୍ଚ କରି ଦେଖନ୍ତୁ , ଯଦି ଠିକ…
ପତ୍ନୀକୁ ହତ୍ୟା ଉଦ୍ୟମ – ସ୍ଵାମୀକୁ ସାଢେ ୩ବର୍ଷ କାରାଦଣ୍ଡାଦେଶ ତାଳଚେର – ପତ୍ନୀକୁ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ଵାମୀ ଭୀଷ୍ମ ପ୍ରଧାନଙ୍କୁ ସାଢ଼େ ୩ ବର୍ଷର ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲାଜଜ୍…
ଦାମୀ କାରରୁ ୪୦୦ ଲିଟର ଦେଶୀ ମଦ ଜବତ – ୨ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ଦ୍ବାରା ଗୁରୁବାର ସକାଳେ ୪୦୦ ଲିଟର ଦେଶୀ ମଦ ସହ ୨ ଯୁବକ ଗିରଫ ଓ କାର ଜବତ…