୧୪ ବର୍ଷ ବୟସରେ ହଜି ଯାଇଥିଲେ – ୪୦ ବର୍ଷ ବୟସରେ ଘରକୁ ଫେରିଲେ

ଅନୁଗୁଳ – ଦୁର୍ଘଟଣାରେ ନିଜର ସ୍ମରଣ ଶକ୍ତି ହରାଇ ଘର ଠାରୁ ବହୁ ଦୂରକୁ ଚାଲି ଯାଇଥିଲେ । ତେବେ ଦୀର୍ଘ ୪୦ ବର୍ଷ ପରେ ସ୍ମରଣ ଶକ୍ତି ଫେରି ପାଇବା ପରେ ଏବେ ନିଜ ଘରକୁ ଫେରିଛନ୍ତି ଜଣେ ବ୍ୟକ୍ତି । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ସାନ୍ତରାପୁର ‘ଖ’ ପଞ୍ଚାୟତ କଲଣ୍ଡାପାଳ ଗ୍ରାମର ଅଶ୍ୱିନୀ ଗଡନାୟକ (ମଞ୍ଜୁ) ୧୪ ବର୍ଷ ବୟସରେ ଘରୁ ଚାଲି ଯାଇଥିଲେ । ଦୀର୍ଘ ୪୦ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି ।

ସୂଚନା ଅନୁସାରେ ,  ଅଶ୍ୱିନୀ ୧୯୮୨ ମସିହାରେ କାମ କରିବାକୁ ଥର୍ମାଲ ଯାଉଥିବା ସମୟରେ ଗାଡି ଦୁର୍ଘଟଣାର ଶୀକାର ହୋଇଥିଲେ । ସେଇ ଗାଡି ମାଲିକ ତାଙ୍କୁ ନେଇକି ଚିକିତ୍ସା କରାଇବା ସହ ନିଜ ଘର କଲିକତାକୁ ନେଇଯାଇଥିଲେ । ତେବେ ଦୁର୍ଘଟଣା ଯୋଗୁଁ ନିଜର ସ୍ମରଣ ଶକ୍ତି ହରାଇବା ଫଳରେ ଅଶ୍ୱିନୀ ନିଜ ଘର କଥା ଭୁଲି ଯାଇଥିଲେ ।

ଏଇ କିଛିଦିନ ତଳେ ଅଶ୍ୱିନୀ ହଠାତ ତାଙ୍କ ସ୍ମରଣ ଶକ୍ତି ଫେରି ପାଇଥିଲେ । ସ୍ମୃତିଶକ୍ତି ଫେରି ପାଇବା ପରେ ମନେ ପକାଇ ସେ ନିଜ ଘରକୁ ଫେରି ପାରିଛନ୍ତି । ଆଉ ଦୀର୍ଘ ୪୦  ପରେ ଅଶ୍ୱିନୀ ଘରକୁ ଫେରିଥିବା ଯୋଗୁଁ ପରିବାର ଓ ଗାଁ ଲୋକ ବେଶ ଖୁସି ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page