ଆମ ପର୍ଯ୍ୟଟନ ସ୍ଥଳୀମୁଖ୍ୟ ଖବର ଆବିର୍ଭାବ ହେଲେ ଅଗ୍ନିସ୍ଵରୂପା ମା ହିଙ୍ଗୁଳା Angul OnlineApril 20, 2021April 20, 2021 ଅନୁଗୁଳ – ତାଳଚେର ହିଙ୍ଗୁଳା ପୀଠରେ ପ୍ରସିଦ୍ଧ ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଛି । ଆଉ ଏହି ଜନ୍ତାଳ ପୂଜା ଅବସରରେ ଚଳିତ ବର୍ଷ ଅଧିଷ୍ଠାତ୍ରୀ, ଅଗ୍ନିରୁପା ମା’ ହିଙ୍ଗୁଳାଙ୍କ ମନ୍ଦିରର ପଶ୍ଚିମ ଦିଗ ତଥା ଗୋପାଳପ୍ରସାଦ ହାଇସ୍କୁଲ ପଛ ଭାଗରେ ଆବିର୍ଭାବ ହୋଇଛନ୍ତି । ଗୋପାଳପ୍ରାଦ ସ୍ଥିତ ମା’ଙ୍କ ପୀଠରେ ଅନୁଷ୍ଠିତ ଜନ୍ତାଳ ପୂଜାରେ ଅପରାହ୍ନ ପ୍ରାୟ ସାଢ଼େ ୧ଟା ସମୟରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଡାକୁଆମାନେ ଏକ ଶୋଭାଯାତ୍ରାରେ ପତିଆରଙ୍କ ଘରକୁ ଯାଇଥିଲେ । ପତିଆର ନିକଟସ୍ଥ ପୁଷ୍କରିଣୀରେ ସ୍ନାନ କରି ସେ କୁଟେଇଶୁଣି ମଣ୍ଡପକୁ ଯାତ୍ରା କରିଥିଲେ । ତାଳଚେର ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପରିଧାନ କରିବା ପରେ ପତିଆରଙ୍କୁ ଦେବୀ ରୂପରେ ଷୋଡ଼ଶ ଉପଚାର ବିଧି ଅନୁଯାୟୀ ପୂଜା କରାଯାଇଥିଲା । ପତିଆରଙ୍କ ଠାରେ ଦେବୀ ଆବିଷ୍ଟ ହୋଇ ମା’ ହିଙ୍ଗୁଳାଙ୍କ ଆର୍ବିଭାବର ଦିଗ ସମ୍ବନ୍ଧରେ ସୂଚନା ଦେହୁରୀଙ୍କୁ ଦେଇଥିଲେ । ସୂଚନା ଅନୁଯାୟୀ ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭା ସ୍ଥଳୀ ଚିହ୍ନଟ କରିଛନ୍ତି । ତେବେ କରୋନା ମହାମାରୀ ପାଇଁ ଜନସମାଗମ ନ ହେବାକୁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଥିବାରୁ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା । ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଚଳିତ ଅପ୍ରେଲ ମାସ ୨୬ ତାରିଖରୁ ଆରମ୍ଭ ହେବ । Advertisement
କୋଇଲା ନଗରୀ ନେବ ନୂଆଁ ରୂପ ଅନୁଗୁଳ – କଳାହିରାର ସହର ତାଳଚେର ସହର ରୂପ ବଦଳିବ । ତାଳଚେରରେ ବିଭିନ୍ନ ଆଖି ଝଲସିବା ବଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତାଳଚେର ଷ୍ଟାଡିୟମ…
ଜିନ୍ଦଲ ନଗର ଦେବଭୂମି ପରିସରରେ ରଥଯାତ୍ରା ଅନୁଗୋଳ– ହଜାର ହଜାର ସଂଖ୍ଯାରେ ଜିନ୍ଦଲ ନଗର ଶ୍ରଦ୍ଧାଳୁ ଏବଂ ପାର୍ଶ୍ଵବର୍ତୀ ଗ୍ରାମବାସୀ ମାନେ ଜିନ୍ଦଲ ନଗର ପରିସରସ୍ଥ ଦେବଭୂମି ଶ୍ରୀଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିବା…
କୋଭିଡ କଟକଣାରେ ମା’ବାୟାଣୀ ପୂଜା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପଡା ଗ୍ରାମର ମା’ବାୟଣୀ ଠାକୁରାଣୀଙ୍କ ବାର୍ଷିକ ପୂଜା ବୁଧବାର ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ…