ଆମ ପର୍ଯ୍ୟଟନ ସ୍ଥଳୀମୁଖ୍ୟ ଖବର ଆବିର୍ଭାବ ହେଲେ ଅଗ୍ନିସ୍ଵରୂପା ମା ହିଙ୍ଗୁଳା Angul OnlineApril 20, 2021April 20, 2021 ଅନୁଗୁଳ – ତାଳଚେର ହିଙ୍ଗୁଳା ପୀଠରେ ପ୍ରସିଦ୍ଧ ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଛି । ଆଉ ଏହି ଜନ୍ତାଳ ପୂଜା ଅବସରରେ ଚଳିତ ବର୍ଷ ଅଧିଷ୍ଠାତ୍ରୀ, ଅଗ୍ନିରୁପା ମା’ ହିଙ୍ଗୁଳାଙ୍କ ମନ୍ଦିରର ପଶ୍ଚିମ ଦିଗ ତଥା ଗୋପାଳପ୍ରସାଦ ହାଇସ୍କୁଲ ପଛ ଭାଗରେ ଆବିର୍ଭାବ ହୋଇଛନ୍ତି । ଗୋପାଳପ୍ରାଦ ସ୍ଥିତ ମା’ଙ୍କ ପୀଠରେ ଅନୁଷ୍ଠିତ ଜନ୍ତାଳ ପୂଜାରେ ଅପରାହ୍ନ ପ୍ରାୟ ସାଢ଼େ ୧ଟା ସମୟରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଡାକୁଆମାନେ ଏକ ଶୋଭାଯାତ୍ରାରେ ପତିଆରଙ୍କ ଘରକୁ ଯାଇଥିଲେ । ପତିଆର ନିକଟସ୍ଥ ପୁଷ୍କରିଣୀରେ ସ୍ନାନ କରି ସେ କୁଟେଇଶୁଣି ମଣ୍ଡପକୁ ଯାତ୍ରା କରିଥିଲେ । ତାଳଚେର ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପରିଧାନ କରିବା ପରେ ପତିଆରଙ୍କୁ ଦେବୀ ରୂପରେ ଷୋଡ଼ଶ ଉପଚାର ବିଧି ଅନୁଯାୟୀ ପୂଜା କରାଯାଇଥିଲା । ପତିଆରଙ୍କ ଠାରେ ଦେବୀ ଆବିଷ୍ଟ ହୋଇ ମା’ ହିଙ୍ଗୁଳାଙ୍କ ଆର୍ବିଭାବର ଦିଗ ସମ୍ବନ୍ଧରେ ସୂଚନା ଦେହୁରୀଙ୍କୁ ଦେଇଥିଲେ । ସୂଚନା ଅନୁଯାୟୀ ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭା ସ୍ଥଳୀ ଚିହ୍ନଟ କରିଛନ୍ତି । ତେବେ କରୋନା ମହାମାରୀ ପାଇଁ ଜନସମାଗମ ନ ହେବାକୁ ପ୍ରଶାସନ ପକ୍ଷରୁ କଡା ନିର୍ଦ୍ଦେଶ ଥିବାରୁ ମା’ ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ନିରାଡ଼ମ୍ବର ଭାବେ ପାଳନ କରାଯାଇଥିଲା । ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା ଚଳିତ ଅପ୍ରେଲ ମାସ ୨୬ ତାରିଖରୁ ଆରମ୍ଭ ହେବ । Advertisement
ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ ତାଳଚେର – ଅଗ୍ନିରୁପା ମା ହିଙ୍ଗୁଳାର ବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି । ବିଷ୍ଣୁ ଦମନକ ଚତୁର୍ଦର୍ଷି ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ୯…
ମା ହିଙ୍ଗୁଳା ମନ୍ଦିର ହୁଣ୍ଡିରୁ ୧୦ ଲକ୍ଷ ଟଙ୍କା ସଂଗ୍ରହ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡି ଖୋଲା ଯାଇଛି । ମା ‘ ହିଙ୍ଗୁଳା…
କୋଇଲା ନଗରୀ ନେବ ନୂଆଁ ରୂପ ଅନୁଗୁଳ – କଳାହିରାର ସହର ତାଳଚେର ସହର ରୂପ ବଦଳିବ । ତାଳଚେରରେ ବିଭିନ୍ନ ଆଖି ଝଲସିବା ବଳି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ । ତାଳଚେର ଷ୍ଟାଡିୟମ…