ମୈତ୍ରୀ କମ୍ପାନୀ ଇଡି ଓ କର୍ମଚାରୀ ଗ୍ରାମବାସୀଙ୍କ ଦ୍ଵାରା ଅଟକ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଗୋପୀବଲ୍ଲଭପୁର ଗ୍ରାମବାସୀ ମାନେ ବୁଧବାର ଦିନ ମୈତ୍ରୀ କମ୍ପାନୀର ଇଡି ସତ୍ୟନାରାୟଣ , ଫିଲ୍ଡଅଫିସର କୈଳାସ ଚନ୍ଦ୍ର ସାହୁ, କମ୍ପାନୀର କିଛି କର୍ମଚାରୀଙ୍କୁ ଅଟକ ରଖିବା ସହିତ ସହିତ ସେମାନେ ଆଣିଥିବା ଗଛ କଟା ମେସିନକୁ ଜବତ କରିଥିଲେ । ଘଟଣାରୁ ପ୍ରକାଶ ଗୋପୀବଲ୍ଲଭପୁର ( ନାଣ୍ଡିଛୋଡ)ଗ୍ରାମରେ ନାଲକୋର କୋଇଲା ଉତ୍ତୋଳନ ପାଇଁ ମୈତ୍ରୀ ନାମକ ଏକ କମ୍ପାନୀ ଠିକା ନେଇଛି। ବୁଧବାର ଦିନ କମ୍ପାନୀର ଇଡି ସତ୍ୟନାରାୟଣ, ଫିଲ୍ଡ ଅଫିସର କୈଳାସ ଚନ୍ଦ୍ର ସାହୁ କମ୍ପାନୀର କିଛି କର୍ମଚାରୀଙ୍କୁ ନେଇ ଗ୍ରାମ ମୁଣ୍ଡରେ ଥିବା ଏକ ବଡ଼ ଶାଳ ଗଛକୁ ମେସିନ୍ ସାହାଯ୍ୟରେ କାଟୁ ଥିବା ବେଳେ ଗ୍ରାମବାସୀ ମାନେ ସେମାନଙ୍କୁ ଘେରି ଯାଇ ଥିଲେ । ଇଡି,ଫିଲ୍ଡ ଅଫିସରଙ୍କ ସହିତ ଆସିଥିବା କର୍ମଚାରୀ ମାନଙ୍କୁ ଗ୍ରାମର ଗ୍ରାମ ଦେବତୀ ପୀଠ ପାଖକୁ ନେଇ ଅଟକ ରଖିଥିଲେ । ପ୍ରତିଶୃତି ଦେଇ ପ୍ରତାରଣା କରି ଗଛ କାଟୁ ଥିବାକୁ ବିରୋଧ କରିବା ସହ ୩ ଘଣ୍ଟା ଧରି କର୍ମଚାରୀ ମାନେ ଅଟକ ରହିଥିଲେ । ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନକରିବା ପର୍ଯ୍ୟନ୍ତ କମ୍ପାନୀ କର୍ମଚାରୀ ଗ୍ରାମ ଭିତରେ ପଶି ପାରିବେ ନାହିଁ, ସର୍ଭେ କାର୍ଯ୍ୟ କରିବେ ନାହିଁ ଏବଂ ଗ୍ରାମରୁ କୌଣସି ଗଛ କଟାଯିବ ନାହିଁ ବୋଲି ଇଡି ସତ୍ୟ ନାରାୟଣ ଗ୍ରାମବାସୀ ମାନଙ୍କୁ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ମାନେ କମ୍ପାନୀର କର୍ମଚାରୀ ମାନଙ୍କୁ ଛାଡ଼ି ଥିଲେ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page