ଅନୁଗୁଳ – ପୁଲିସ ପ୍ରଶାସନ ସାଇବର ଠକେଇରୁ ବର୍ତ୍ତିବା ପାଇଁ ଯେତେ ସଚେତନ କଲେ ମଧ୍ୟ ଲୋକ ଠକାମୀର ଶିକାର ହେଉଛନ୍ତି । ଅନୁଗୁଳ ତୁରଙ୍ଗ ଅଞ୍ଚଳରେ ରହୁଥିବା କଟକ ଅଞ୍ଚଳର ଯୁବକ ଶ୍ରୀଧର ସାହୁ ଠକାମୀର ଶିକାର ହୋଇ ଲକ୍ଷାଧିକ ଟଙ୍କା ହରାଇଛନ୍ତି।

ସୂଚନା ଅନୁସାରେ, ଶ୍ରୀ ସାହୁଙ୍କ ହ୍ୱାଟସଆପକୁ ଏକ ଏପିକେ ଫାଇଲ ଆସିଥିଲା । ତାକୁ ସେ ଖୋଲିବାର କିଛି ଦିନ ପରେ ତାଙ୍କ ମୋବାଇଲକୁ ମେସେଜ ଆସିଥିଲା ଯେ ଦୁଇଟି କ୍ରେଡିଟ କାର୍ଡରୁ ଲୋନ ନେଇ ଟଙ୍କା ଅଲଗା ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ଗୋଟିଏ କ୍ରେଡିଟ କାର୍ଡରୁ ୫୦ ହଜାର ଟଙ୍କା ଓ ଅନ୍ୟ କାର୍ଡରୁ ୪ ଲକ୍ଷ ୨୭ ହଜାର ଟଙ୍କା ଭକି ମୋଟ ୪ ଲକ୍ଷ ୭୭ ହଜାର ଟଙ୍କା ଲୋନ ହୋଇଥିବା ବିଷୟରେ ସେ ଜାଣିପାରିଥିଲେ।ଘଟଣା ବିଷୟରେ ଜଣାପଡିବା ପରେ ଶ୍ରୀ ସାହୁ ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନକୁ କଲ କରି ଅଭିଯୋଗ ଦାଖଲ କରିଥିବା ଜଣାଯାଇଛି । ଅଭିଯୋଗ ପରେ ପୁଲିସ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଥିବା ଜଣା ପଡ଼ିଛି ।

