ଗଞ୍ଜେଇ ଜବତ, ଦମ୍ପତି ଗିରଫ

ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ-ବଇଣ୍ଡା ରାଜ୍ୟ ରାଜପଥରେ ବୁଧବାର ସକାଳେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ ଆଠମଲ୍ଲିକ ଅବକାରୀ ଇନ୍ସପେକ୍ଟର ପବିତ୍ର ମୋହନ ମାଝିଙ୍କ ନିର୍ଦ୍ଦେଶରେ ଭାରପ୍ରାପ୍ତ ଅଧିକାରୀ ମାଧବେସ୍ ମାରାଣ୍ଡି ବଡ଼ହୂଲା ଛକରେ ସକାଳ ଜାଞ୍ଚ କରୁ ଥିଲେ। ଏହି ସମୟରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାମକୁରା ଗ୍ରାମର ସନ୍ତୋଷ କୁମାର ଚାନ୍ଦ ଓ ପତ୍ନୀ କନକ ଲତା ଚାନ୍ଦ ଏକ ସ୍କୁତିରେ ଯାଉଥିବା ବେଳେ ତାଙ୍କୁ ଜାଞ୍ଚ କରା ଯାଇଥିଲା । ଜାଞ୍ଚ ବେଳେ ତାଙ୍କ ଠାରୁ ୬ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା। । 

ଅବକାରୀ ବିଭାଗ ଉଭୟ ଦମ୍ପତିଙ୍କୁ ଗିରଫ କରିବା ସହ ଚୋରା ଚାଲାଣରେ ବ୍ୟବହୃତ ହୋଇଥିବା ସ୍କୁଟିକୁ ମଧ୍ୟ ଜବତ କରିଛି। ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉରେ ମାଧବେସ ମାରାଣ୍ଡିଙ୍କ ସହିତ ବିଶ୍ବରଂଜନ ନାଥ ,ସୌମ୍ୟା ସେଠୀ ଓ ସଂଗ୍ରାମ କେଶରୀ ଦେହୁରୀ ଆଦି ସାମିଲ ଥିଲେ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page