ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିଲା –  ଗିରଫ କଲା ଅବକାରୀ ବିଭାଗ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର ଅଞ୍ଚଳ ଦେଇ ଗଞ୍ଜେଇ ନେଇ ଯାଉଥିବା ଜଣେ ଗଞ୍ଜେଇ ବେପାରିଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

ସୂଚନା ଅନୁସାରେ, ବାଗେଡିଆ ଅଞ୍ଚଳରୁ ସୁକାନ୍ତ କୁମାର ସାହୁ ନାମଙ୍କ ଜଣେ ଯୁବକ ଏକ TVS (OD 19 AA ୧୮୬୨) ସ୍କୁଟି ରେ ବୌଦ୍ଧ ଅଞ୍ଚଳରୁ ଗଞ୍ଜେଇ ନେଇ ବାଗଡିଆ ଅଞ୍ଚଳକୁ ଯାଉଥିଲା। ଅନୁଗୁଳ ଅବକାରୀ ବିଭାଗ ଖବର ପାଇ ଏହି ଗଞ୍ଜେଇ ବେପାରିକୁ ଦୁର୍ଗାପୁର ଠାରେ ଅଟକାଇ ଥିଲା । ଜାଞ୍ଚ ବେଳେ ଗଞ୍ଜେଇ ବେପାରି ଠାରୁ ୬ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ଗଞ୍ଜେଇ ସହ ସ୍କୁଟିକୁ ବି ମଧ୍ୟ ଜବତ କରି ଅଭିଯୁକ୍ତ କୁ ଗିରଫ କରିଛି ଅବକାରୀ ବିଭାଗ। ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୭୦ ହଜାର ଟଙ୍କା ହେବ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page