ତିନି ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ – ଦୁଇ ଗିରଫ

ଅନୁଗୁଳ – ଅନୁଗୁଳ ରେଳ ଷ୍ଟେସନ ନିକଟରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଦ୍ବୟ ମାହାରାଷ୍ଟ୍ରରୁ ବୋଲି ଜଣା ପଡ଼ିଛି ।

ସୂଚନା ଅନୁସାରେ ଅନୁଗୁଳ ଷ୍ଟେସନ ନିକଟରେ ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ନେଇ ଟ୍ରେନ କୁ ଅପେକ୍ଷା କରିଥିବା ଖବର ଅବକାରୀ ବିଭାଗକୁ ମିଳିଥିଲା । ଖବର ପାଇ ଅବକାରୀ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଷ୍ଟେସନ ନିକଟରେ ଥିବା ଏ ଟିମ ଏମ୍ ପାଖରୁ ଉଭୟଙ୍କୁ କାବୁ କରିଥିଲା । ସେମାନଙ୍କ ନିକଟରୁ ୩୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ଅନୁଗୁଳ ଜିଲ୍ଲାରୁ ଗଞ୍ଜେଇ କିଣି ମହାରାଷ୍ଟ୍ରକୁ ଚାଲାଣ କରୁଥିବା ଜାଣିବାକୁ ପାଇ ଦୁଇଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଦୁଇଜଣ ମହାରାଷ୍ଟ୍ରର ମହମଦ କୈଫ ଏବଂ ମହମଦ ଅନସାରି ବୋଲି ଜଣା ପଡ଼ିଛି ।

Advertisement

Leave a Reply

Your email address will not be published. Required fields are marked *