ସମସ୍ୟା ଏମ.ସି.ଏଲ.ର ଦାଦାଗିରି – ରାତି ଅଧରେ ବୁଲଡୋଜର ଲଗାଇ ଭାଙ୍ଗିଲା ଘର Angul OnlineNovember 27, 2021November 27, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଏମସିଏଲର ଦାଦାଗିରି ଅଭିଯୋଗ । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ ବୁଲଡୋଜର ଲଗାଇ ଏମ ସି ଏଲ ଲୋକଙ୍କ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଆଉ ଏହି ଘର ଭାଙ୍ଗିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିବା ସହ ତାଳଚେରରେ ଥିବା ସମସ୍ତ ଖଣି ଖାଦାନକୁ ବନ୍ଦ କଲେ ଗ୍ରାମବାସୀ । ଆଇନ୍ ଶୃଙ୍ଖଳା ଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇ ଥିଲା । ସୂଚନା ଅନୁସାରେ, ଜଗନ୍ନାଥ କୋଇଲା ଖଣି ପାଖରେ ଥିବା ତାଳଚେର ବ୍ଲକ୍ ଅନ୍ତର୍ଗତ ହିଲୋଇ ଗ୍ରାମର ୧୨୦ଟି ପରିବାର ଖଣି ଯୋଗୁଁ ଜମି ହରାଇଛନ୍ତି । ସେମାନଙ୍କୁ ଅଦ୍ୟାବଧି କିନ୍ତୁ ଘରଡିହ ବାବଦରେ କ୍ଷତିପୂରଣ ମିଳିନାହିଁ । ହେଲେ ବିନା ସୂଚନାରେ ରାତି ଅଧାରେ ସେମାନଙ୍କର ଭାଙ୍ଗି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଏହି ଘଟଣାକୁ ଅନ୍ୟ କ୍ଷତିଗ୍ରସ୍ତ ଗ୍ରାମ ଗୁଡ଼ିକ ମଧ୍ୟ ବିରୋଧ କରିବା ସହ ହିଲୋଇ ଗ୍ରାମବାସୀଙ୍କ ସମର୍ଥନରେ ଖଣି ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ । ସକାଳେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ହିଲୋଇ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏମ୍ସିଏଲ୍ର ଏଭଳି ମନମୁଖୀ କାର୍ଯ୍ୟକୁ ସେ ସମାଲୋଚନା କରିଥିଲେ । କ୍ଷତିଗ୍ରସ୍ତ ପ୍ରଜାମାନଙ୍କୁ କ୍ଷତିପୂରଣ ଓ ଥଇଥାନ ସହ ନିଯୁକ୍ତି ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ପ୍ରଧାନ ଦାବି କରିଥିଲେ । ତେବେ ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଧାୟକ ବ୍ରଜ କିଶୋର ପ୍ରଧାନ , ଏମସିଏଲର ଉଚ୍ଚ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଗୁରୁତ୍ଵପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏମସିଏଲର ଏଭଳି କାର୍ଯ୍ୟକୁ ତୀବ୍ର ନିନ୍ଦା କରାଯିବା ସହ ଆସନ୍ତା ୪ ତାରିଖରେ ଏକ RPDACର ସବକମିଟି ବୈଠକ କରାଯାଇ ଉପଯୁକ୍ତ କ୍ଷତିପୁରଣ ଥଇଥାନ ଆଦି ବିଷୟରେ ଆଲୋଚନା କରାଯାଇ ହିଲୋଇ ଗ୍ରାମବାସୀଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହାପରେ କ୍ଷତିଗ୍ରସ୍ତ ମାନେ ଆନ୍ଦୋଳନରୁ ହାତୀଥିଲେ ଏବଂ ଖଣି କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । Advertisement
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ ଅନୁଗୋଳ – ଅନୁଗୋଳ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବାର ମହତ୍ ଉଦ୍ଦେଶ୍ୟ ନେଇ ସରକାର ଦିନକୁ ତିନି ଓଳି ଖାଦ୍ୟର…
ପରିବିକ୍ଷଣ ଗୃହରେ ହେବ କୋଭିଡ କେୟାର ସେଣ୍ଟର ଅନୁଗୁଳ – ଅନୁଗୁଳ ସ୍ଵତନ୍ତ୍ର ଗୃହ ବା ଉପଖଣ୍ଡ ପରିବିକ୍ଷଣ ଗୃହରେ କରୋନା ଚିହ୍ନଟ ପରେ ପଦକ୍ଷେପ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ସ୍ଵତନ୍ତ୍ର ଗୃହ…
ଏମସିଏଲର ସବ୍ କମିଟି ବୈଠକ – ୧୨ଟି ସମସ୍ୟାର ଆଲୋଚନା ଅନୁଗୁଳ -: ଅନୁଗୁଳ ଜିଲ୍ଲା ମହାନଦୀ କୋଲ ଫିଲ୍ଡ ଲିମିଟେଡ(ଏମସିଏଲ) ଅନ୍ତର୍ଗତ ବିଭିନ୍ନ ଖଣିରେ ବହୁ ଦିନରୁ ପଡି ରହିଥିବା ବିସ୍ଥାପନ ସମସ୍ୟାକୁ ନେଇ ଜିଲ୍ଲା କାର୍ଯ୍ୟାଳୟ…