ଆଞ୍ଚଳିକ ଚପଲ ଆଣିବାକୁ ଯାଇ କେନାଲରେ ବୁଡି ନାବାଳକ ମୃତ Angul OnlineJune 14, 2024June 14, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମର ଗାଁ ନିକଟ ଦେଇ ଯାଇଥିବା କେନାଲରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ତାଙ୍କ ପିଉସୀ ପୁଅ ଭାଇ ଗୁରୁତ୍ତର ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ ଗୋତମରା ଗ୍ରାମର ବାସିନ୍ଦା ଗୌତମ ଦେବ ସାହୁଙ୍କ ପୁଅ କୁମାର ଗୌରବ ସାହୁ (୧୪) ଓ ତାଙ୍କ ପିଉସୀ ପୁଅ ଭାଇ ସହିତ ଶୁକ୍ରବାର ସକାଳ ସମୟରେ ଡିପିଏସ ସ୍କୁଲ ନିକଟରେ ଥିବା ବାପାଙ୍କ ଇଟା ଫ୍ୟାକ୍ଟ୍ରି ଆଡେ ଯାଇଥିଲେ । ଗାଁ ନିକଟରେ ଥିବା କେନାଲ ହୁଡାରେ ଯାଉଥିବା ବେଳେ ଅସାବଧାନତା ବଶତଃ ସୌରଭଙ୍କ ଚପଲ କେନାଲରେ ପଡି ଯାଇଥିଲା l ଚପଲକୁ ଆଣିବାକୁ ଚେଷ୍ଟା କରି ସେ ପାଣିକୁ ପଡି ଯିବା ସହ ବୁଡି ଯାଇଥିଲେ l ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ପିଉସୀ ପୁଅ ଭାଇ ମଧ୍ୟ ପାଣିରେ ପଡି ଯାଇଥିଲେ l ତେବେ ତାଙ୍କ ପାଟି ଶୁଣି କିଛି ଦୂରରେ ଥିବା ବୁଢାପଙ୍କ ଗ୍ରାମର କିଛି ଲୋକ ଦୌଡ଼ିଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ l ତେବେ ପାଣି ଭିତରୁ ସୌରଭଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା l ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତକ ନାବାଳକଙ୍କୁ ବ୍ୟବଛେଦ ପାଇଁ ଅନୁଗୁଳ ସରକାରୀ ଡାକ୍ତରଖାନାକୁ ପଠାଇଛି l ସୌରଭ ପୁରୀରେ ଏକ ଆବାସିକ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲ ଛୁଟି ଯୋଗୁଁ ଘରକୁ ଆସିଥିଲେ l Advertisement
ଗାଁ ଭିତରେ ଉତ୍ପାତ କଲା ଦନ୍ତା – ଘର ଭାଙ୍ଗିବା ସହ ଫସଲ ଉଜାଡ଼ିଲା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଦାନତା ହାତୀର ଉତ୍ପାତ ଦେଖିବାକୁ ମିଳିଥିଲା । ରାତି ପ୍ରାୟ…
ଜିଲ୍ଲାର ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କଲା ଷ୍ଟେଟ୍ ହ୍ୟୁମାନ ରାଇଟସ କାଉନସିଲ ଅନୁଗୁଳ – ଅନୁଗୁଳ ଜିଲ୍ଲାର ବିଶେଷ କରି ଡାଳଚେର ସହରର ପ୍ରତ୍ୟୁଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇବାକୁ ନେଇ ଉଦବେଗ ପ୍ରକାଶ କରିଛି ଷ୍ଟେଟ୍ ହ୍ୟୁମାନ ରାଇଟସ…
ପୂର୍ବତନ ମନ୍ତ୍ରୀ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଅନୁଗୁଳ – ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ତ୍ରୟୋଦଶତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ କରା ଯାଇଛି…