ଟିଉସନ ଗଲା ବାଟରେ ନାବାଳିକା ଦୁଷ୍କର୍ମ ,ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ – ଶନିବାର ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ, ଗତ ୧୬. ୧୧. ୨୦୨୧ ରେ ଅନୁଗୁଳ ଥାନା ଅଞ୍ଚଳର ଜନୈକା ନାବାଳିକାକୁ ସ୍ଥାନୀୟ ରାଣୀଗୋଡା ଗ୍ରାମର ରିପୁ ଓରଫ ରିପୁ ରାଜ ବିଶ୍ୱାଳ ଟିଉସନ ଯିବା ଆସିବା ବାଟରେ ନାବାଳିକାର ପିଛା କରି ତାକୁ ଟେକି ନେଇ ତା ସହିତ ଦୁଷ୍କର୍ମ କରିଥିଲା । ଏହି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଲେ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଇଥିଲା । କିଛି ଦିନ ପରେ ସମ୍ପୃକ୍ତା ନାବାଳିକା ଗର୍ଭବତୀ ହୋଇଯିବାରୁ ରିପୁ ରାଜ ତାର ଜୋରଜବରଦସ୍ତ ଗର୍ଭନଷ୍ଟ ମଧ୍ୟ କରାଇଥିଲା। ଏହି ଘଟଣା ସମ୍ପର୍କରେ ନାବାଳିକା ତାର ପରିବାର ଲୋକଙ୍କୁ ଜଣାଇବାପରେ ପରିବାର ଲୋକେ ରିପୁ ରାଜ ଘରକୁ ଯାଇ ଏ ବିଷୟରେ ପଚରାଉଚରା କରିବାରୁ ରିପୁ ରାଜର ପରିବାର ଲୋକେ ସେମାନଙ୍କୁ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ ବୋଲି ନାବାଳିକାର ପରିବାର ପକ୍ଷରୁ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା । ଉକ୍ତ ଅଭିଯୋଗକୁ ଭିତିକରି ଅନୁଗୁଳ ଥାନା ପୁଲିସ ଦଫା 376(B), 313, 294, 506, 34, 6 ପୋକସୋ ଆକ୍ଟ ଏବଂ 3(1)(n), 3(1)(s), 3(1)(w)(i), 3(2)(va)ରେ ମାମଲା ରୁଜୁ କରି ଅଭିଯୁକ୍ତ ରିପୁ ରାଜ ବିଶ୍ୱାଳକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି (ଶନିବାର) ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ୧୫ ଜଣ ସାକ୍ଷୀ ପ୍ରମାଣ କୁ ଆଧାର କରି ଅଭିଯୁକ୍ତ ରିପୁ ରାଜ ବିଶ୍ୱାଳ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ ଦଣ୍ଡ ଶୁଣାଣି କରିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ଏହି କେଶକୁ ଆଡ଼ିଶୀନାଲ ପିପି ପ୍ରଦୀପ କୁମାର ଭୁତିଆ ପରିଚାଳନା କରୁଥିଲେ।

Advertisement

Leave a Reply

Your email address will not be published. Required fields are marked *