ଅପରାଧ ମୋବାଇଲ ଚୋରି ଗ୍ଯାଙ୍ଗ ଗିରଫ Angul OnlineAugust 27, 2023August 27, 2023 ଅନୁଗୁଳ – ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ୍ ଚୋରି ଗ୍ଯାଙ୍ଗର ୪ ଜଣଙ୍କୁ ଓ କିଣିଥିବା ଜଣଙ୍କୁ ଅନୁଗୁଳ ସଦର ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ଟି ମୋବାଇଲ ଫୋନ ଓ ୨ଟି ମୋଟରସାଇକେଲ ଜବତ କରିଛି । ସୁଚନା ଅନୁସାରେ ଗତ ୨୪ ତାରିଖ ରାତିରେ ଅନୁଗୁଳ , ଖମାର ଗାଁର ପ୍ରକାଶ ନାଏକଙ୍କ ଘରେ କିଛି ଦୁର୍ବୃତ୍ତ ପଶି ଏକ ମୋବାଇଲ ଫୋନ୍ ଚୋରି କରି ନେଇଥିଲେ । ସେହିଭଳି ସେହି ରାତିରେ ଖଲାରୀ ଗାଁର ପବିତ୍ର ନାଏକଙ୍କ ଘରୁ ଦୁଇଟି ମୋବାଇଲ ଫୋନ୍ ଚୋରି ହୋଇଥିଲା । ଏନେଇ ପ୍ରକାଶ ଓ ପବିତ୍ରଙ୍କ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ମୋବାଇଲ ଫୋନ୍ ଚୋରି ପଛରେ ଏକ ଗ୍ୟାଙ୍ଗ କାମ କରୁଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ତଦନ୍ତ କରି ସନ୍ଦେହରେ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଏହି ଦୁଇ ଜଣଙ୍କଠାରୁ ପୁଲିସ ତଥ୍ୟ ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨ ଟି ଚୋରି ମୋବାଇଲ ଓ ୨ ଟି ମୋଟରସାଇକେଲ ଜବତ କରିଛି । ଏବଂ ଘଟଣାରେ ୪ ଜଣ ଚୋର ଓ ଚୋରି ମୋବାଇଲ କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଲାରୀ ଚଅଁରାସାହିର ସିଲୁ ନାଏକ , ତାଳଚେର କୁମୁଣ୍ଡାର ସୁରେନ୍ଦ୍ର ଓରଫ ରିଙ୍କୁ ସେଠୀ , ଖଲାରୀର ସୁମନ ଓରଫ କୁନ୍ଥୁ ବିଶ୍ବାଳ , ଅନୁଗୁଳ ଶୁଖୁଆସାହିର ଗିରି ଓରଫ ଗିରିଜା ଶଙ୍କର ସାହୁ ଓ କରଡ଼ାଗାଡ଼ିଆ ଦୋଳଗୋବିନ୍ଦ ଦେହୁରୀ । Advertisement
ଦମ୍ପତିଙ୍କୁ ତାଲା ପକାଇ ଟଙ୍କା ଲୁଟି ନେଲେ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି ଗ୍ରାମ ବେହେରାସାହିରୁ ବିଳମ୍ୱିତ ରାତିରେ ଦାମ୍ପତିଙ୍କୁ ତାଲା ପକାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା…
ଚୋରା କେନ୍ଦୁପତ୍ର ବୋଝେଇ କାର ଜବତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା କଂସମୁଣ୍ଡା ଗାଁ ନିକଟରୁ ଗତକାଲି ରାତିରେ ଚୋରାକେନ୍ଦୁପତ୍ର ନେଇଯାଉଥିବା ଏକ କାରକୁ ବନବିଭାଗ ଜବତ କରିଛି । ଘଟଣା…
ବାରମ୍ବାର କଇଁଚି ଭୂଷି ଟେଲରଙ୍କୁ ହତ୍ୟା ଅନୁଗୁଳ – ସାମାନ୍ୟ ବଚସାରୁ ଟେଲରଙ୍କୁ ବାରମ୍ବାର କଇଁଚିରେ ଭୂଷି ହତ୍ୟା କଲା ଯୁବକ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧିନରେ…