ଅପରାଧ ମୋବାଇଲ ଚୋରି ଗ୍ଯାଙ୍ଗ ଗିରଫ Angul OnlineAugust 27, 2023August 27, 2023 ଅନୁଗୁଳ – ସହରର ବିଭିନ୍ନ ସ୍ଥାନରୁ ମୋବାଇଲ ଫୋନ୍ ଚୋରି ଗ୍ଯାଙ୍ଗର ୪ ଜଣଙ୍କୁ ଓ କିଣିଥିବା ଜଣଙ୍କୁ ଅନୁଗୁଳ ସଦର ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ଟି ମୋବାଇଲ ଫୋନ ଓ ୨ଟି ମୋଟରସାଇକେଲ ଜବତ କରିଛି । ସୁଚନା ଅନୁସାରେ ଗତ ୨୪ ତାରିଖ ରାତିରେ ଅନୁଗୁଳ , ଖମାର ଗାଁର ପ୍ରକାଶ ନାଏକଙ୍କ ଘରେ କିଛି ଦୁର୍ବୃତ୍ତ ପଶି ଏକ ମୋବାଇଲ ଫୋନ୍ ଚୋରି କରି ନେଇଥିଲେ । ସେହିଭଳି ସେହି ରାତିରେ ଖଲାରୀ ଗାଁର ପବିତ୍ର ନାଏକଙ୍କ ଘରୁ ଦୁଇଟି ମୋବାଇଲ ଫୋନ୍ ଚୋରି ହୋଇଥିଲା । ଏନେଇ ପ୍ରକାଶ ଓ ପବିତ୍ରଙ୍କ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏହି ମୋବାଇଲ ଫୋନ୍ ଚୋରି ପଛରେ ଏକ ଗ୍ୟାଙ୍ଗ କାମ କରୁଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା । ତଦନ୍ତ କରି ସନ୍ଦେହରେ ଦୁଇଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଏହି ଦୁଇ ଜଣଙ୍କଠାରୁ ପୁଲିସ ତଥ୍ୟ ସଂଗ୍ରହ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୨ ଟି ଚୋରି ମୋବାଇଲ ଓ ୨ ଟି ମୋଟରସାଇକେଲ ଜବତ କରିଛି । ଏବଂ ଘଟଣାରେ ୪ ଜଣ ଚୋର ଓ ଚୋରି ମୋବାଇଲ କିଣିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖଲାରୀ ଚଅଁରାସାହିର ସିଲୁ ନାଏକ , ତାଳଚେର କୁମୁଣ୍ଡାର ସୁରେନ୍ଦ୍ର ଓରଫ ରିଙ୍କୁ ସେଠୀ , ଖଲାରୀର ସୁମନ ଓରଫ କୁନ୍ଥୁ ବିଶ୍ବାଳ , ଅନୁଗୁଳ ଶୁଖୁଆସାହିର ଗିରି ଓରଫ ଗିରିଜା ଶଙ୍କର ସାହୁ ଓ କରଡ଼ାଗାଡ଼ିଆ ଦୋଳଗୋବିନ୍ଦ ଦେହୁରୀ । Advertisement
ଡକାୟତି ଯୋଜନା କରୁଥିବା ବେଳେ ୪ ଡକାୟତ ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ବଅଁରପାଳ ପୁଲିସ ଚଢାଉ କରି ୪ ଡକାୟତଙ୍କୁ ଗିରଫ…
ପ୍ରେମିକାର ଫଟୋ ଓ ଭିଡଓ ଭାଇରାଲ୍ କରି ଯୁବକ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକ ତାଙ୍କ ପ୍ରେମିକାର ଭିଡିଓ ଓ ଫଟୋ ଭାଇରାଲ୍ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।…
ଡିଜେଲ ଓ ସ୍କ୍ରାପ ଚୋରି ପର୍ଦାଫାସ – ୬ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବିନ୍ଦଲ କମ୍ପାନୀରୁ ଚୋରି ହୋଇଥିବା ଜିନିଷ ପୁଲିସ ଉଦ୍ଧାର କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୪…