ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ , ତିନି ଜଣ ଗିରଫ

ହଣ୍ଡପା – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପୁଲିସକୁ ଏକ ବଡ ସଫଳତା ମିଳିଛି । ଜିଲ୍ଲା ବାହାରୁ ଗଞ୍ଜେଇ ନେଇ ଆସୁଥିବା ବେଳେ ସେମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୨ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ।

ସୂଚନା ଅନୁସାରେ ଫୁଲବାଣୀ ଅଞ୍ଚଳରୁ ଜିଛି ଲୋକ ଗଞ୍ଜେଇ ନେଇ ଆସୁଥିବା ହଣ୍ଡପା ପୁଲିସକୁ ସୂଚନା ମିଳିଥିଲା । ଖବର ମିଳିବା ପରେ ଏସ୍.ପି. ରାହୁଲ ଜୈନଙ୍କ ନିର୍ଦେଶରେ ଥାନା ଅଧିକାରୀ ରାଜେଶ ଶତପଥି ସଦଳବଳ ନେଇ ସଜାଗ ରହିଥିଲେ । ହଣ୍ଡପା ଥାନା ବଡ଼ଦଙ୍ଗିଆଣି ନିକଟରେ ସନ୍ଦେହରେ ଏକ କାରକୁ ଅଟକାଇ ଥିଲେ । ତେବେ ସେଥିରେ ଗଞ୍ଜେଇ ନଥିବା ବେଳେ ସେହି କାର ଗଞ୍ଜେଇ ଗାଡିକୁ ପେଟ୍ରୋଲିଂ କରୁଥିବା ଜଣା ପଡିଥିଲା । କାରର ଚଳକକୁ ଅଟକାଇ ପଚରାଉଚରା କରିବା ସହ ପଛରେ ଆସୁଥିବା ଏକ ପିକଅପ ଭ୍ୟାନକୁ ପୁଲିସ ଅଟକାଇଥିଲା । ଜାଞ୍ଚ ବେଳେ ସେଥିରୁ ୨୧୨ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ଛେଣ୍ଡିପଦା ଥାନା ପୋଡାପଡା ଗାଁର ଜିତେନ କୁମାର ବେହେରା , ବାଗଡ଼ିଆ ଥାନା ପୁରୁଣାଗଡ଼ ଗାଁର ଜିତେନ କୁମାର ସାହୁ ଓ ହଣ୍ଡପା ଥାନା ରାଣୀଭୁଇଁ ଗାଁର ରାକେଶ ବେହେରାଙ୍କୁ ପୁଲିସ ଗିରଫ କରିଛି ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page