ମୁଖ୍ୟ ଖବର ସାମାଜିକ ବାସନ୍ଦ ଯୋଗୁଁ ବଡ଼ପୁଅଙ୍କୁ ମା’ର ଶବ ଛୁଆଁଇ ଦେଲେନି Angul OnlineDecember 30, 2022December 30, 2022 ପାଲଲହଡ଼ା – ୩୦ ବର୍ଷ ପୂର୍ବେ ଗୁଣିଗାରେଡ଼ି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ବାସନ୍ଦ କରାଯାଇଥିବା ବେଳେ ନିକଟରେ ତାଙ୍କୁ ନିଜ ମା’ଙ୍କ ମୃତଦେହ ଛୁଇଁବାକୁ ଦିଆଯାଇ ନାହିଁ । ଏଭଳି ଦୁଃଖଦ ଘଟଣା ପାଲଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ବର୍ଣ୍ଣମୁହାଣ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ବର୍ଣ୍ଣମୁହାଣ ଗାଁର କେଳା ନାୟକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ପ୍ରାୟ ୩୦ ବର୍ଷ ତଳେ ବାସନ୍ଦ କରିଥିଲେ। କେଳା ଗାଁର ପୁରୁଣାସାହିରେ ଥିବା ଭିଟାମାଟି ଛାଡ଼ି ନୂଆସାହିରେ ଘରକରି ପରିବାର ସହିତ ରହୁଛନ୍ତି । ପୁରୁଣାସାହିରେ ସାନଭାଇ କୈଳାସ ଓ ଭରତଙ୍କ ସହ ତାଙ୍କ ମା’ ମୁକ୍ତା ନାୟକ ରହୁଥିଲେ । ମଙ୍ଗଳବାର ଦିନ ମୁକ୍ତାଙ୍କର ପାଖାପାଖି ଶହେ ବର୍ଷ ବୟସରେ ପରଲୋକ ହୋଇଥିଲା । ଖବରପାଇ କେଳା ତାଙ୍କ ପାଖରେ ପହଞ୍ଚିଥିଲେ । କିନ୍ତୁ ଗ୍ରାମବାସୀ ତାଙ୍କ ମୃତଦେହ ଛୁଇଁବା ପାଇଁ ବାରଣ କରିଥିଲେ । କେଳା ଯଦି ମା’ଙ୍କ ଶବ ଛୁଇଁବେ କିମ୍ବା ସଂସ୍କାରରେ ସାମିଲ୍ ହେବେ, ସେମାନେ ଏଥିରେ ସହଯୋଗ କରିବେ ନାହିଁ ବୋଲି କହିଥିଲେ । ଏହାପରେ ଗ୍ରାମବାସୀଙ୍କ କଥା ମାନି କୈଳାସ ଓ ଭରତ ମା’ଙ୍କ ଶବ ସଂସ୍କାର କରିଥିଲେ । କେଳା ନିରାଶ ହୋଇ ମନ ଦୁଃଖରେ ଘରକୁ ଫେରି ଆସିଥିଲେ । Advertisement
କେନାଲରେ ଭାସୁଛି ମୃତଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ମାନଜୋର ଡ୍ୟାମର ପୂର୍ଵ ପାଖ ମୁଖ୍ୟ କେନାଲ ମଝିରେ ଶନିବାର ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ…
କାନ୍ଥ ଭୁଶୁଡି ଦୁଇ ଗୁରୁତର ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ କାନ୍ଥ ଭୁଶୁଡି ଦୁଇଜଣ ଆହତ ହୋଇଥିବା ଜଣା ପଡିଛି । ଗତ ଦୁଇ ଦିନ ହେଲା ଜିଲ୍ଲାରେ ଲଗାଣ…
ଲାଞ୍ଚ ନେଇ ଚାକିରୀରୁ ବହିସ୍କୃତ ହେଲେ କନିଷ୍ଠ କିରାଣୀ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଜୁନିଅର ରେଭନ୍ୟୁ ଆସିଷ୍ଟାଣ୍ଡ ପଙ୍କଜିନି ବିଶ୍ୱାଳ ଚାକିରୀରୁ ବହିସ୍କୃତ ହୋଇଛନ୍ତି । ୨୦୨୩ ମସିହା ମେ ୧୨ ତାରିଖରେ…