ମୁଖ୍ୟ ଖବର ସାମାଜିକ ବାସନ୍ଦ ଯୋଗୁଁ ବଡ଼ପୁଅଙ୍କୁ ମା’ର ଶବ ଛୁଆଁଇ ଦେଲେନି Angul OnlineDecember 30, 2022December 30, 2022 ପାଲଲହଡ଼ା – ୩୦ ବର୍ଷ ପୂର୍ବେ ଗୁଣିଗାରେଡ଼ି ସନ୍ଦେହରେ ଗାଁର ଜଣେ ବ୍ୟକ୍ତିଙ୍କୁ ବାସନ୍ଦ କରାଯାଇଥିବା ବେଳେ ନିକଟରେ ତାଙ୍କୁ ନିଜ ମା’ଙ୍କ ମୃତଦେହ ଛୁଇଁବାକୁ ଦିଆଯାଇ ନାହିଁ । ଏଭଳି ଦୁଃଖଦ ଘଟଣା ପାଲଲହଡ଼ା ବ୍ଲକ୍ ଝାରବେଡ଼ା ପଞ୍ଚାୟତ ବର୍ଣ୍ଣମୁହାଣ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ବର୍ଣ୍ଣମୁହାଣ ଗାଁର କେଳା ନାୟକ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଗ୍ରାମବାସୀ ତାଙ୍କୁ ପ୍ରାୟ ୩୦ ବର୍ଷ ତଳେ ବାସନ୍ଦ କରିଥିଲେ। କେଳା ଗାଁର ପୁରୁଣାସାହିରେ ଥିବା ଭିଟାମାଟି ଛାଡ଼ି ନୂଆସାହିରେ ଘରକରି ପରିବାର ସହିତ ରହୁଛନ୍ତି । ପୁରୁଣାସାହିରେ ସାନଭାଇ କୈଳାସ ଓ ଭରତଙ୍କ ସହ ତାଙ୍କ ମା’ ମୁକ୍ତା ନାୟକ ରହୁଥିଲେ । ମଙ୍ଗଳବାର ଦିନ ମୁକ୍ତାଙ୍କର ପାଖାପାଖି ଶହେ ବର୍ଷ ବୟସରେ ପରଲୋକ ହୋଇଥିଲା । ଖବରପାଇ କେଳା ତାଙ୍କ ପାଖରେ ପହଞ୍ଚିଥିଲେ । କିନ୍ତୁ ଗ୍ରାମବାସୀ ତାଙ୍କ ମୃତଦେହ ଛୁଇଁବା ପାଇଁ ବାରଣ କରିଥିଲେ । କେଳା ଯଦି ମା’ଙ୍କ ଶବ ଛୁଇଁବେ କିମ୍ବା ସଂସ୍କାରରେ ସାମିଲ୍ ହେବେ, ସେମାନେ ଏଥିରେ ସହଯୋଗ କରିବେ ନାହିଁ ବୋଲି କହିଥିଲେ । ଏହାପରେ ଗ୍ରାମବାସୀଙ୍କ କଥା ମାନି କୈଳାସ ଓ ଭରତ ମା’ଙ୍କ ଶବ ସଂସ୍କାର କରିଥିଲେ । କେଳା ନିରାଶ ହୋଇ ମନ ଦୁଃଖରେ ଘରକୁ ଫେରି ଆସିଥିଲେ । Advertisement
ନିଖୋଜ ବୃଦ୍ଧ ହାତୀ ଆକ୍ରମଣରେ ମୃତ ଅନୁଗୁଳ – ଅନୁଗୁଳ ବ୍ଲକ ହମାମିରା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଆଜି ମୃତ୍ୟୁ ହୋଇଛି ।ଘଟଣାସ୍ଥଳରେ ବନ୍ତଳା ପୁଲିସ ଓ ବନ ବିଭାଗ ପହଞ୍ଚି…
ପ୍ରେମ ପାଇଁ ଆତ୍ମହତ୍ୟା – ଅଧା ରାସ୍ତାରେ ଛାଡିଗଲେ ସାଙ୍ଗସାଥି ଅନୁଗୁଳ – ପ୍ରେମରେ ବିଫଳ ହୋଇ ଅନୁଗୁଳର ଆଉ ଜଣେ ଯୁବକ ପ୍ରାଣ ହରାଇଥିବା ଚର୍ଚ୍ଚା ହେଉଚ୍ଚି । ମୃତ ଯୁବକ ଜଣକ ଯୋରନ୍ଦା ଅଞ୍ଚଳର ଦୁଷ୍ମନ୍ତ…
ଗୋଟିଏ ପରେ ଗୋଟିଏ ଛେଳି ଖାଉଛି ବାଘ – ଅଞ୍ଚଳରେ ଭୟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର କଣଲୋଇ ସଂରକ୍ଷିତ ଜଙ୍ଗଲରେ ଗତ କିଛି ଦିନ ହେବ ଏକ ବାଘ ଶିକାର କରି ୬ଟି ଉର୍ଦ୍ଧ ଛେଳି…